ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାସ୍ତରୟ ୬୩ତମ ପୋଲିସ ସ୍ମୃତି ଦିବସ

ଜିଲ୍ଲାସ୍ତରୟ ୬୩ତମ ପୋଲିସ ସ୍ମୃତି ଦିବସ

ଛତ୍ରପୁର:-(ରିପୋର୍ଟ:-ଗୌର ପ୍ରସାଦ ମହାପାତ୍ର) ରିଜର୍ଭ ପୋଲିସ ପଡିଆ ଠାରେ ଗଞ୍ଜାମ ପୋଲିସ ପକ୍ଷରୁ ଜିଲ୍ଲାସ୍ତରୟ ୬୩ତମ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି।ଏଇ ଅନୁଷ୍ଠିତ ପ୍ୟାରେଡ୍ ରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ।ଚଳିତ ବର୍ଷ ଦେଶ ମତୃକରେ ସେବା ପାଇଁ ପ୍ରାଣ ବଳି ଦେଇଥିବା ୨୬୫ଜଣ ଶହିଦ ହୋଇଥିବା ପୋଲିସ କର୍ମ ଚାରୀଙ୍କ ନାମ ପଠନ କରିଥିଲେ।ସେଥିମଧ୍ୟରୁ ଓଡ଼ିଶାରୁ ୩ଜଣ ଶହିଦ ହୋଇଥିଲେ।

୧୯୫୯ମସିହା ଅକ୍ଟୋବର ୨୧ରେ କେନ୍ଦ୍ରୀୟ ପୋଲିସ ର କିଛି ଯବାନ ଇନ୍ଧୋ ତିବତିଆଣ ସୀମା ରେଖାରେ ଚାଇନା ସେନାଙ୍କ ଆକ୍ରମଣରେ ୧୦ଜଣ ଯବାନ ସହୀଦ ହୋଇଥିଲେ।ସେଇ ବର୍ଷ ଠାରୁ ବଳିଦାନ ଦେଉଥିବା ପୋଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଧେଶୟରେ ଏଇ ଦିବସ ପାଳିତ ହୋଉଛି। ଆୟଜିତ କାର୍ଯ୍ୟକ୍ରମ ରେ ଦେଶ ସେବା ପାଇଁ ପ୍ରାଣ ବଳି ଦେଇଥିବା ବିର ପୋଲିସ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏଇ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ଡି ଏସପି ଅଜୟ କୁମାର ମିଶ୍ର,ସୁଜିତ୍ କୁମାର ନାୟକ,ମମତା ନାୟକ, ଏସ ଡି ପିଓ ଗୋୖତମ କିଷନ୍, କମାଣ୍ଡନ୍ତ୍ ମାନସ ରଞ୍ଜନ ମହାନ୍ତି,ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ,ପୋଲିସ ହାବିଲଦାର ସଂଘ ସଭାପତି ଅଭିମନ୍ୟୁ ଜାଲି,ସମ୍ପାଦକ ସୁବାସ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ପ୍ୟାରେଡ୍ କୁ ଅମୂଲ୍ୟ ନାୟକ ପରିଚାଳନା କରିଥିଲେ।

Related posts

ରାଜଧାନୀରୁ ଉଦ୍ଧାର ହେଲା ଆହତ ହରିଣ, ଚିକିତ୍ସା ପାଇଁ ବନ ବିଭାଗକୁ ହସ୍ତାନ୍ତର କଲା ପୋଲିସ୍‌

Odisha Halchal

ଛିଣ୍ଡି ପଡ଼ିଥିବା ଝୁଲାପୋଲ ପାଖରେ ମୋଦି

Odisha Halchal

କାହିଁକି ଆରମ୍ଭ ହୋଇଥିଲା ଗଣମାଧ୍ୟମ

Odisha Halchal

Leave a Comment