ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ୍ ଇନଫର୍ମର୍ ସଂନ୍ଦେହରେ ମାଓବାଦୀଙ୍କ ଗୁଳି ମାଡ଼ ଘଟଣା

ପୋଲିସ୍ ଇନଫର୍ମର୍ ସଂନ୍ଦେହରେ ମାଓବାଦୀଙ୍କ ଗୁଳି ମାଡ଼ ଘଟଣା

ନବରଙ୍ଗପୁର:-ପୋଲିସ୍ ଇନଫର୍ମର୍ ସଂନ୍ଦେହରେ ମାଓବାଦୀଙ୍କ ଗୁଳି ମାଡ଼ ଘଟଣା।ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ି ଆଇ ଜି ଙ୍କ ସାମ୍ବାଦିକ ସମ୍ମିଳନୀ ।ଗତକାଲି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳ ହାତୀଗାଁ ପଞ୍ଚାୟତର ଖାଲେପାରା ଠାରେ ଜଣେ ଯୁବକ କୁ ପୋଲିସ ଇନ୍ଫୋର୍ମର ସନ୍ଦେହ ରେ ଘରୁ ଡାକି ନେଇ ଘର ଠାରୁ 200 ମିଟର ଦୁର ରେ ମାଓବାଦୀ ହତ୍ୟା କରି ପାଖରେ ପୋଷ୍ଟର ଛାଡି ଯାଇଥିଲେ l

ଏହି ଘଟଣା ପାଇଁ ନବରଙ୍ଗପୁର ଏସ ପି ଓ ଛତିଶଗଡ ର ଗରିଆବନ୍ଧ ଏସ ପି ଙ୍କୁ ଦାୟୀ କରିଥିଲେ ମାଓବାଦୀ l ଆଜି ଉକ୍ତ ଗାଁ କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ି ଆଇ ଜି ରାଜେଶ ପଣ୍ଡିତ, ନବରଙ୍ଗପୁର ଏସ ପି, ଏସ. ସୁଶ୍ରୀ ଓ ସି ଆର ପି ଏଫ ଅଧିକାରୀ ଏନ୍ କେ କେ ପ୍ରସାଦ ଯାଇ ମୃତକ ଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଉକ୍ତ ବ୍ୟକ୍ତି ଙ୍କ ପୋଲିସ ସହ କୌଣସି ଯୋଗାଯୋଗ ନଥିଲା ବୋଲି ସ୍ପଷ୍ଟ କରିଛନ୍ତି l

ପୂର୍ବ ରୁ ମଧ୍ୟ ଉକ୍ତ ବ୍ୟକ୍ତି ଜଣକୁ ମାଓବାଦୀ ଚେତାବନୀ ଦେଇଥିବା ବେଳେ କିଛି ଦିନ ତଳେ ରାଇଘର ହାତୀଗାଁ ଜଙ୍ଗଲ ରୁ ଦୁଇ ଜଣ ମାଓବାଦୀ ଙ୍କୁ ଧରିବାରେ ସକ୍ଷମ ହୋଇଥିଲା l ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ଏପରି କରିଥିବା ବେଳେ ବିନା କାରଣ ରେ ନିରୀହ ଲୋକ କୁ ହତ୍ୟା କରିଥିବାର ସୂଚନା ଦେଇଛନ୍ତି ଡ଼ି ଆଇ ଜି l ଉକ୍ତ ଗାଁ ଟି ଛତିଶଗଡ ଓ ଓଡିଶା ବୋଡ଼ର ଅଞ୍ଚଳ ହୋଇଥିବା ଯୋଗୁଁ ଉଭୟ ମିଳିତ ଭାବେ ଅପରେସନ ଜୋରଦାର କରିବା ପାଇଁ ମଧ୍ୟ କହିଛନ୍ତି l

Related posts

ବଢିଲା ବାତ୍ୟା ଆଶଙ୍କା

Odisha Halchal

ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ

Odisha Halchal

ବ୍ଲକସ୍ତରୀୟ ଫୁଟବଲ ମ୍ୟାଚ ଶେଷ

Odisha Halchal

Leave a Comment