ଓଡ଼ିଶା ଖବରନ୍ୟୁଜ୍

ହରିଶଙ୍କର ରେ ହାତୀ ଆତଙ୍କ

ହରିଶଙ୍କର ରେ ହାତୀ ଆତଙ୍କ

ବଲାଙ୍ଗୀର :-(ରିପୋର୍ଟ :- ଅବିନାଶ ବିଶ୍ଵାଳ)ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅଞ୍ଚଳ ରେ କିଛି ଦିନ ହେବ 2 ଟି ଜଙ୍ଗଳି ହାତୀଆସି ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରୁଛନ୍ତି |

ହାତୀ ମାନେ ଆଖ ପାଖରେ ଥିବା ଗାଁ ମାନଙ୍କୁ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେବା ସହ ଘରେଥିବା ସାମଗ୍ରୀ ନଷ୍ଟ କରି ଦେଉଥୁବା ଦେଖିବାକୁ ମିଳୁଛି |ଆଜି ବିଳମ୍ବିତ ରାତ୍ରିରେ ଗନ୍ଧମାର୍ଦ୍ଧନ ପାଦ ଦେଶରେ ଥିବା ନନ୍ଦୁପଳା ଗାଁ କୁ ହାତୀ ମାନେ ପଶିଥିଲେ |ଗାଁର ଚକ୍ରଧର ବାଗ ଏବଂ ଝରିଆନ ନାମକ ଏକ ବୃଦ୍ଧା ର ଘରକୁ ହାତୀଭାଙ୍ଗି ନଷ୍ଟ କରିଦେଇଛନ୍ତି |

ତାଙ୍କ ଘରକୁ ଭାଙ୍ଗିଦେବା ସହ ସେମାନଙ୍କ ଘରେ ଥିବା ଚାଉଳ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି |ପ୍ରାୟ 2ଘଣ୍ଟାଧରି ହାତୀ ମାନେ ଉତ୍ପାତ କରିଥିବା ବେଲେ ଲୋକ ମାନେ ଭୟବିତ ଅବସ୍ଥାରେ ରହିଥିଲେ | ପରେ ବନ କର୍ମଚାରୀ ଆସି ହାତୀ କୁ ଘୋଉଡ଼ଇଲା ପରେ ହାତୀ ଜଙ୍ଗଲ କୁ ଚାଲିଯାଇଥିଲା |ଏନେଇ କାହାରି ପ୍ରତିକ୍ରିୟା ମିଳିପାରିନାହିଁ|

Related posts

ବିପଦପୂର୍ଣ୍ଣଭାବେ ଗଛ କାଟୁଥିବାବେଳେ ଗଛରୁ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ

Odisha Halchal

ପଶ୍ଚିମବଙ୍ଗ ଗଂଜେଇ କାରବାର ଲିଙ୍କ,  ଦୁଇ  ଗିରଫ,

Odisha Halchal

ରେଳଯାତ୍ରା ବେଳେ ଏମିତି ଭୁଲ୍ କଲେ ଯିବାକୁ ପଡିବ ଜେଲ୍

Odisha Halchal

Leave a Comment