ନ୍ୟୁଜ୍ମନୋରଞ୍ଜନ

ବିବାଦରେ କମେଡି କିଙ୍ଗ କପିଲ୍ ଶର୍ମା

ବିବାଦରେ କମେଡି କିଙ୍ଗ କପିଲ୍ ଶର୍ମା

ପୁଣି ବିବାଦରେ ବଲିଉଡ୍ ର କମେଡି କିଙ୍ଗ କପିଲ ଶର୍ମା । ତାଙ୍କ ସୋରେ କପିଲ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମର ପ୍ରମୋସନ କରିବାକୁ ମନା କରିବା ପରେ ଦେଖାଦେଇଛି ବିବାଦ ।

ଏବେ ସୋସିଆଲ ମିଡିଆରେ କପିଲ ଶର୍ମାଙ୍କ ସୋକୁ ଭୟଙ୍କର ଭାବରେ ଟ୍ରୋଲ କରାଯାଉଛି । ୟୁଜର୍ସ ମାନେ ‘ଦ କପିଲ ଶର୍ମା ସୋ’କୁ ମଧ୍ୟ ବୟକଟ୍ କରିବା ପାଇଁ କ୍ୟାମ୍ପେନ୍ ଚଳାଇଛନ୍ତି ।

ବାସ୍ତବରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଟ୍ରେଲର ବାହାରିବା ଦିନଠାରୁ ଖବରରେ ରହିଆସିଛି । ଏହି ଚଳଚ୍ଚିତ୍ରରେ କାଶ୍ମୀରୀ ପଣ୍ଡିତଙ୍କ ସଂଘର୍ଷ ଦେଖାଯାଇଛି ।

ଯେତେବେଳେ ଜଣେ ପ୍ରଶଂସକ ବିବେକ ଅଗ୍ନିହୋତ୍ରୀଙ୍କୁ ପଚାରିଥିଲେ ଯେ ସେ ତାଙ୍କ ଫିଲ୍ମକୁ ‘ଦି କପିଲ ଶର୍ମା ସୋ’ରେ ପ୍ରମୋଶନ କରିବା ଉଚିତ୍‌, ସେତେବେଳେ ବିବେକ ଉତ୍ତର ଦେଇଛନ୍ତି ଯେ କପିଲ ଶର୍ମାଙ୍କ ସୋ’ରେ କିଏ ଆସିପାରିବ ତାର ନିଷ୍ପତି ସେ ନେଇ ପାରିବେ ନାହିଁ ।

ଏବଂ କପିଲଙ୍କ ସୋରେ କିଏ ଫିଲ୍ମ ପ୍ରମୋସନ୍ କରିପାରିବ ତାର ନିଷ୍ପତି କେବଳ କପିଲ ଏବଂ ନିର୍ମାତା ନିଅନ୍ତି । ଏବଂ ଆମର ଚଳଚ୍ଚିତ୍ରରେ କୌଣସି ବଡ ତାରକା ନାହାଁନ୍ତି, ବୋଧହୁଏ ସେଥିପାଇଁ ସୋରେ ପ୍ରମେସାସନ କରାଇବା ପାଇଁ ବାରଣ କରାଯାଇଛି ବୋଲି ବିବେକ ଅଗ୍ନିହୋତ୍ରୀ ଟ୍ୱିଟ କରିବା ପରେ ମାମଲା ବଢିଛି ।

ଆଉ ଏବେ ଏହି ମାମଲା କପିଲ ଶର୍ମାଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ।

Related posts

କଣ୍ଠଶିଳ୍ପୀ ବିଜୟଙ୍କୁ ନେଇ ଚର୍ଚ୍ଚା

Odisha Halchal

ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

Odisha Halchal

ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି -ସୁପ୍ରିମକୋର୍ଟ

Odisha Halchal

Leave a Comment