ଓଡ଼ିଶା ଖବରନ୍ୟୁଜ୍

ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଆଗୁଆ ପ୍ରସ୍ତୁତି

ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଆଗୁଆ ପ୍ରସ୍ତୁତି

କାଲିମେଳା:-(ରିପୋର୍ଟ – ସୁକୁମାର ମଣ୍ଡଳ)ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଆଗୁଆ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଜନସାଧାରଣଙ୍କ ଏମିତି ଏକ ଆଗୁଆ ପଦକ୍ଷେପ ନେବାରେ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ଗ୍ରାମପଞ୍ଚାୟତର ଜାକାଲଖୁଣ୍ଟି ଗ୍ରାମରେ।

ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ପାଣି ସମସ୍ୟାର ସମାଧାନ ଦାବିରେ ଶତାଧିକ ମହିଳା କାଲିମେଳା ବ୍ଲକରେ ଆଜି ବି ଡି ଓ ମହାଶୟଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଗ୍ରାମର ମହିଳା ମାନଙ୍କ ଅଭିଯୋଗ ହେଉଛି ଏହି ଗ୍ରାମରେ ପାଖାପାଖି ୫୪୮ ଲୋକ ବସବାସ କରନ୍ତି। ଏତେ ଜନସଂଖ୍ୟା ମଧ୍ୟରେ ଯେଉଁ ନଳକୂପ ଗୁଡ଼ିକ ଅଛି ତାହା ଲୋକଙ୍କ ପାଣି ସମସ୍ୟା ଦୂରୀଭୂତ କରିବାକୁ ଅସମର୍ଥ ହେଉଛି।

ତାହା ଛଡା ଏହି ନଳକୂପ ଗୁଡ଼ିକରୁ ଯେଉଁ ପାଣି ବାହାରୁଛି, ତାହା ପିଇବା ପାଇଁ ଉପଯୁକ୍ତ ନୁହେଁ।ବର୍ତ୍ତମାନ ବର୍ଷା ଋତୁ ଯୋଗୁଁ ଏହି ସମସ୍ୟା ଜଣାପଡୁ ନାହିଁ। କିନ୍ତୁ ଗ୍ରୀଷ୍ମ ଋତୁରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନଙ୍କ ସହିତ ପଶୁପକ୍ଷୀ ମଧ୍ୟ ପାଣି ପାଇଁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ସମସ୍ୟା ଦୂରୀଭୂତ କରିବାକୁ ମହିଳା ମାନେ ଆର୍ ଡବ୍ଲୁ ଏସ ଏସ କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ସୁକୁମାର ପ୍ରଧାନଙ୍କୁ ଭେଟିଥିଲେ।

ଶ୍ରୀଯୁକ୍ତ ପ୍ରଧାନ ସେମାନଙ୍କୁ କହିଥିଲେ ଯେ ଖୁବ ଶୀଘ୍ର ଏହି ସମସ୍ୟା ଦୂରୀଭୂତ କରିବାକୁ ଚେଷ୍ଟା କରିବେ। ଶେଷରେ ବିଡ଼ିଓ ଶ୍ରୀଯୁକ୍ତ ଉମାଶଙ୍କର ଦଳାଇ ଅନୁପସ୍ଥିତ ଥିବାରୁ,ଏବିଡିଓ ଶ୍ରୀଯୁକ୍ତ ବସନ୍ତ କୁମାର ବେହେରାଙ୍କୁ ସେମାନେ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ସେମାନଙ୍କ ଗ୍ରାମରେ ପାଇପ୍ ଯୋଗେ ପାଣି ଯୋଗାଇ ଦେଲେ ସେମାନେ ଉପକୃତ ହେବେ ବୋଲି ଗୁହାରି କରିଛନ୍ତି। ଯାହା ହେଉ ଦେଖିବାକୁ ବାକି ରହିଲା କେତେ ଶୀଘ୍ର ଏହି ଗ୍ରାମରେ ପାଣି ସମସ୍ୟା ଦୂରୀଭୂତ ହେଉଛି।

Related posts

ନାଏବ ସରପଞ୍ଚ ନିର୍ବାଚନରେ ହିଂସା

Odisha Halchal

ଆଉ ଫାଇନ୍‌ ଦେଇ ଖସି ହେବନି; ଏଣିକି ମଦ ପିଇ ଗାଡ଼ି ଚଳାଇଲେ କୋର୍ଟଚାଲାଣ

Odisha Halchal

ଇଦ ମିଲାଦୁନ ନବୀ ଉତ୍ସବ ପାଳନ

Odisha Halchal

Leave a Comment