ଓଡ଼ିଶା ଖବରନ୍ୟୁଜ୍

ଇଦ ମିଲାଦୁନ ନବୀ ଉତ୍ସବ ପାଳନ

ଇଦ ମିଲାଦୁନ ନବୀ ଉତ୍ସବ ପାଳନ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ ) କୋମନା ବ୍ଲକ ସ୍ଥିତ କାଣ୍ଡେତରା ଗ୍ରାମପଞ୍ଚାୟତ ସ୍ଥାନୀୟ ଗ୍ରାମରେ ଇଦ ମିଲାଦୁନ ନବୀ ଉତ୍ସବ ପାଳନ କରାଯାଇଛି.। ଏହି କାର୍ଯ୍ୟକ୍ରମକୁ ସୁନ୍ନି ମୁସଲିମ ଜମାତ, କାଣ୍ଡେତରା ଆୟୋଜନ କରିଥିଲେ. ଏହାର ସଭାପତି ଦାୟିତ୍ୱରେ ଅରିଫ ବେଗ ଓରଫ (ରାଜା) ଥିଲେ. ।

ଏହି କାର୍ଯ୍ୟକ୍ରମର ଶୋଭାଯାତ୍ରା ଅପରାହ୍ନ 3ଟାରୁ ଆରମ୍ଭ ହୋଇ ସମଗ୍ର କାଣ୍ଡେତରା ଗ୍ରାମକୁ ଶୋଭାଯାତ୍ରା କରି ସନ୍ଧ୍ୟା 6 ଟାରେ ଶେଷ ହୋଇଥିଲା. ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଓଡିଶା ସରକାର, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ପରିଷଦ ସଭ୍ୟ, ଆପ ନେତା ଶ୍ରୀଯୁକ୍ତ ସୋମନାଥ ସେନାପତି, ସରପଞ୍ଚ ଶ୍ରୀମତୀ କଲ୍ୟାଣୀ ଦାସ ଓ ଶହ ଶହ ମୁସଲିମ ଧର୍ମର ଲୋକମାନେ ଉପସ୍ଥିତ ଥିଲେ.।

ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସମସ୍ତ ସଦସ୍ୟ ମୁସଲିମ ସମାଜ, କାଣ୍ଡେତରା ଓ ଉଦ୍ୟାନବନ୍ଧ. ଭାଇଚାରା ଓ ବନ୍ଧୁ ମିଳନର ପର୍ବ ହେଉଛି ଇଦ. ଏହି ଦିନ prophet ମହମ୍ମଦଙ୍କ ଆଦର୍ଶ ଜୀବନ ଓ ମୁସଲିମ ମାନଙ୍କର ରୀତିନୀତି, ସମାଜ ପାଇଁ ଶାନ୍ତିର ବାର୍ତ୍ତା ଆଲୋଚନା କରାଯାଇଥିଲା. ସମସ୍ତଙ୍କର ଉନ୍ନତି ପାଇଁ ସେମାନେ ଆଲ୍ଲାହାଙ୍କୁ ପ୍ରାର୍ଥନା କରିଥିଲେ.।

Related posts

Odisha Halchal

ପୁଟିନ୍ ନେଲେ ପ୍ରତିଶୋଧ: ୟୁକ୍ରେନର ରାଜଧାନୀ କିଭରେ କଲେ ୭୫ଟି ମିସାଇଲ ମାଡ଼

Odisha Halchal

ସରିଆସିଲାଣି କୋଭିସିଲ୍ଡ ଷ୍ଟକ୍, ଆଉ ୨ ଦିନ ପର୍ଯ୍ୟନ୍ତ ହୋଇପାରିବ ଟିକାକରଣ

Odisha Halchal

Leave a Comment