ଓଡ଼ିଶା ଖବରନ୍ୟୁଜ୍

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ବିରୋଧରେ ଲାଗିଲା ବେନାମୀ ପୋଷ୍ଟର

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ବିରୋଧରେ ଲାଗିଲା ବେନାମୀ ପୋଷ୍ଟର

ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ । କୁଳପତିଙ୍କ ଗିରଫ ଦାବି କରି ଲାଗିଲା ବେନାମୀ ପୋଷ୍ଟର । ସମ୍ବଲପୁର ସହରର ବଛା ବଛା ସ୍ଥାନରେ ଶତାଧିକ ପୋଷ୍ଟର ଲଗାଇଛନ୍ତି କେହି ଅଜଣା ବ୍ୟକ୍ତି । ଏଥରି କୁଳପତି ସଞ୍ଜୀବ ମିତ୍ତଲଙ୍କ ଗିରଫ ଦାବି କରାଯିବା ସହ ତାଙ୍କୁ ଚୋର ବୋଲି ଅବିହିତ କରାଯାଇଛି ।

ତେବେ ଏହି ପୋଷ୍ଟର କିଏ ଲଗାଇଛନ୍ତି ତାହା ଜଣାପଡିନଥିବା ବେଳେ ଏହାକୁ କେହି ନିଜେ ଲଗାଇଥିବା ନେଇ ଦାବି କରିନାହାନ୍ତି ।
ବିଭିନ୍ନ ଘଟଣାରେ କୁଳପତି ବିବାଦରେ ଥିବାବେଳେ ବର୍ତ୍ତମାନ ପଇସା ହେରଫେର ଘଟଣାରେ ତାଙ୍କ ନାଁ ଆସିବା ପରେ ସେ ଛୁଟିରେ ଯାଇଛନ୍ତି । ତେବେ ଏହି ପୋଷ୍ଟର ଲଗାଇ କେହି ଭୁଲ୍ କରି ନାହାନ୍ତି ବୋଲି କହିଛନ୍ତି ଆଇନଜୀବୀ ।

ବାରମ୍ବାର ତାଙ୍କ ନାଁରେ ଅଭିଯୋଗ ଆସିଲା ପରେ ମଧ୍ୟ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ଏହା କରିବାକୁ ଲୋକେ ବାଧ୍ୟ ହୋଇଥିବା ବୁଦ୍ଧିଜୀବୀ କହିଛନ୍ତି । ପ୍ରଥମେ କର୍ମଚାରୀଙ୍କ ଆତ୍ମହୂତି, ବେଆଇନ ଗଛ କଟା, ଲାଇବ୍ରେରୀ ବହି ପୋଡିବା, ଲ’ କଲେଜ ପଇସା ବିଶ୍ବବିଦ୍ୟାଳୟକୁ ଫେରାଇନେବା, ସ୍ବଚ୍ଛ ବିଦ୍ୟାଳୟ ପ୍ରକଳ୍ପ ଅଭିଯାନ ନିମନ୍ତେ ଆସିଥିବା ୨୯ ଲକ୍ଷ ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ପୁଣି ଫେରସ୍ତ କରିବା ଘଟଣାରେ ବିବାଦୀୟ ହୋଇପଡିଛନ୍ତି ।

Related posts

ନେତାଜୀଙ୍କ ଜନ୍ମଦିନ ପାଳନ

Odisha Halchal

କେମିତି ଦେଖିବେ ମାଟ୍ରିକ୍ ବୋର୍ଡ ରେଜଲ୍ଟ,

Odisha Halchal

ବିଦେଶୀ ମାନଙ୍କୁ ସହର ଛାଡିବାକୁ ପାଞ୍ଚ ଘଣ୍ଟା ଯୁଦ୍ଧ ବିରାମ ଘୋଷଣା କଲା ଋଷ

Odisha Halchal

Leave a Comment