ଅପରାଧନ୍ୟୁଜ୍

ରାଜଧାନୀରେ ଆଉଥରେ ଛାତ୍ରୀଙ୍କ ଆତ୍ମହତ୍ୟା, ମିଳିଲା ଝୁଲନ୍ତା ମୃତଦେହ

ରାଜଧାନୀରେ ଆଉଥରେ ଛାତ୍ରୀଙ୍କ ଆତ୍ମହତ୍ୟା, ମିଳିଲା ଝୁଲନ୍ତା ମୃତଦେହ

ଗୋଟିଏ ପଟେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି । ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଏବେବି ପ୍ରଶ୍ନ ଘେରରେ ରହିଛି । ରୁଚିକାଙ୍କ ପରିବାର ଲୋକ କଲେଜ ସାମ୍ନାରେ ନ୍ୟାୟ ବିକ୍ଷୋଭ ଜାରି ରଖିଛନ୍ତି

।ଏହି ମାମଲା ବିଧାନସଭାରେ ପହଞ୍ଚିଥିବେଳେ ଆଜି ପୁଣି ରାଜଧାନୀରେ ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା ନେଇ ସୂଚନା ମିଳିଛି ।
ସୂଚନା ଅନୂଯାୟୀ, ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ଏମସିଏ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଚାର୍ଯ୍ୟ ବିହାରରେ ରହୁଥିବା ଏକ ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ଛାତ୍ରୀ ଜଣକ ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମିଳିଛି ମୃତଦେହ । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ, ମୃତଦେହ ଜବତ କରି ତନାଘନା ଆରମ୍ଭ କରିଛି ପୋଲିସ୍ ।

Related posts

ବିମାନବନ୍ଦରରେ କଡାକଡି ହେଲା କଟକଣା

Odisha Halchal

ନାଏବ ସରପଞ୍ଚ ନିର୍ବାଚନକୁ ନେଇ ହିଂସା, ୪ ୱାର୍ଡମେମ୍ବରଙ୍କୁ ଅପହରଣ ଅଭିଯୋଗ

Odisha Halchal

ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Odisha Halchal

Leave a Comment