ଅପରାଧଓଡ଼ିଶା ଖବରନ୍ୟୁଜ୍

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

କିଛି ଦିନର ଶାନ୍ତ ପରିସ୍ଥିତି ପରେ ପୁଣି ଚେତାବନୀ ଦେଇଛନ୍ତି ମାଓବାଦୀ । ମାଓବାଦୀ ସଂଗଠନ ,ବରଗଡ଼, ବଲାଙ୍ଗୀର ଓ ମହାସମୁନ୍ଦ ସଙ୍ଗଠନ ଏହି ବ୍ୟାନର ଲଗାଇଛି ।କିଛି ଦୋକାନୀଙ୍କୁ ତାଗିଦ କରି ବରଗଡ ଜିଲ୍ଲା ଅଞ୍ଚଳରେ ଲଗାଯାଇଛି ମାଓ ବ୍ୟାନର ।ଏହି ମାଓ ପୋଷ୍ଟର ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଆବନ୍ଧ ଛକ ନିକଟରେ ଲଗାଯାଇଛି ।

ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରୁ କିଛି ଲୋକଙ୍କୁ ସେମାନେ ପୋଲିସ ଇନଫର୍ମର ବୋଲି ସନ୍ଦେହ କରୁଛନ୍ତି । ଏହାକୁ ନେଇ ମଧ୍ୟ ପୋଷ୍ଟରରେ ଚେତାବନୀ ଦିଆଯାଇଛି ।ସଦସ୍ୟଙ୍କ ନାଁ ,ଗାଁ ସହ କିଛି ତଥ୍ୟ ପୋଲିସ୍ କୁ ନଦେବା ପାଇଁ କୁହାଯାଇଛି । ଏହା ଛଡ଼ା ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି ତାଙ୍କୁ ସନ୍ଦେହ କରି ପୋଲିସକୁ ଖବର ଦେଉଛନ୍ତି ଦୋକାନୀ ତେଣୁ ସେମାନଙ୍କୁ ତାଗିଦ କରିଛନ୍ତି ମାଓବାଦୀ ।

ସେମାନେ ଜାଣିଛନ୍ତି କେଉଁମାନେ ଖବର ଦେଉଛନ୍ତି, ତେଣୁ ସେମାନେ ସୁଧୁରି ଯାଆନ୍ତୁ ନଚେତ ଦଣ୍ଡିତ ହେବେ ବୋଲି ଚେତାବନୀ ଦେଇଛନ୍ତି ମାଓବାଦୀ ସଂଗଠନ । ବିଭିନ୍ନ ଗ୍ରାମର କିଛି ଲୋକଙ୍କୁ ସେମାନେ ପୋଲିସ ଇନଫର୍ମର ବୋଲି ସନ୍ଦେହ କରୁଛନ୍ତି । ସେମାନଙ୍କ ନାମ ଓ ଗ୍ରାମର ନାମ ଲେଖା ହୋଇଛି ଏବଂ ସୁଧୁରିଯିବା ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ ।

Related posts

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି

Odisha Halchal

ମଧ୍ୟରାତ୍ରିରେ ଘଟିଛି ବହୁତ ବଡ଼ ଦୁର୍ଘଟଣା

Odisha Halchal

ମାଛ ଜାଳରେ ନବଜାତ ଶିଶୁ ର ମୃତଦେହ

Odisha Halchal

Leave a Comment