ଅପରାଧଓଡ଼ିଶା ଖବରନ୍ୟୁଜ୍

ନାଏବ ସରପଞ୍ଚ ନିର୍ବାଚନରେ ହିଂସା

ନାଏବ ସରପଞ୍ଚ ନିର୍ବାଚନରେ ହିଂସା

ବଲାଙ୍ଗୀର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପଞ୍ଚାୟତର ବିଜୟୀ ନାଏବ ସରପଞ୍ଚ ସଂକୀର୍ତ୍ତନ ମେହେର ଗତକାଲି ସଂଧ୍ୟାରେ ନିଜ ସମର୍ଥକମାନଙ୍କ ସହ ବିଜୟ ଶୋଭାଯାତ୍ରାରେ ବାହାରିଥିଲେ । ସ୍ଥାନୀୟ ମେହେରପଡା ଠାରେ ଶୋଭାଯାତ୍ରା ସମୟରେ ତାଙ୍କ ବିପକ୍ଷ ଗୋଷ୍ଠୀ ସରପଞ୍ଚ ପଙ୍କଜିନୀ ସାହୁଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । କଥା ଆକ୍ରମଣ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିପକ୍ଷ ଗୋଷ୍ଠୀର ୬ଜଣ ଆହତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ଘଟଣାରେ ଆଉ ୧୦ ରୁ ଅଧିକ ପୁରୁଷ-ମହିଳା ଆହତ ହୋଇଥିବା ଜଣାପଡିଛି I ଅନ୍ୟପଟେ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଯାଉଥିବା ସଦର ପୋଲିସ ଉପରେ ମଧ୍ୟ ଆକ୍ରମଣ ସହ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଦୁବୃର୍ତ୍ତ। ସଦର ଏସଡିପିଓ ତୋଫାନ ବାଗ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ପଚରା ଉଚୁରା କରିବା ସହ ତଦନ୍ତ କକିଛନ୍ତି ।

ସଦର ଥାନାର ଜଣେ ସବ-ଇନିସ୍ପେକ୍ଟରଙ୍କ ସମେତ ୩ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି । ସେପଟେ ଏନେଇ କାହାକୁ ଅଟକ ରଖାଯାଇନଥିବା ବେଳେ ଗାଁ ରେ ପୋଲିସ ଛାଉଣୀ କରାଯାଇଛି। ଏନେଇ ମାମଲା ରୁଜୁ କରି ଆକ୍ରମଣ କରିଥିବା ଦୁର୍ବତ୍ତଙ୍କୁ ଚିହ୍ନଟ କରିସାରିଥିବା ବେଳେ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଏସ୍‌ଡିପିଓ ।

Related posts

ଓଡ଼ିଆ ପୁଅକୁ ରାଜସ୍ଥାନୀ ଝିଅ

Odisha Halchal

ଆଇପିଏଲ ୨୦୨୨ : ଏକାଠି ଅଭ୍ୟାସ କଲେ ଧୋନୀ-କୋହଲି, ଫଟୋ ଭାଇରାଲ

Odisha Halchal

କଂଗ୍ରେସର ପ୍ରଚାରରମଙ୍ଗ ଧରିଲେ ଛତିଶଗଡ଼ ମନ୍ତ୍ରୀ

Odisha Halchal

Leave a Comment