ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି : ଲାଇସେନ୍ସ ରଦ୍ଧ ପାଇଁ ଲେଖାଯିବ ଚିଠି-ଡିସିପି

ସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି ଲାଇସେନ୍ସ ରଦ୍ଧ ପାଇଁ ଲେଖାଯିବ ଚିଠି-ଡିସିପି

ଭୁବନେଶ୍ୱର ସିଆରପି ଛକରେ ଏୟାର ଫାୟରିଂ ଘଟଣା । ସ୍ତ୍ରୀ ବନ୍ଧୁକରୁ ଗୁଳି ଫୁଟାଇଥିଲେ ସ୍ୱାମୀ । ଘଟଣାସ୍ଥଳରୁ ମିଳିଛି ଦୁଇଟି ଖୋକା । ଅଭିଯୁକ୍ତ ବିନୟଙ୍କ ସ୍ତ୍ରୀଙ୍କ ନାଁରେ ରହିଛି ବନ୍ଧୁକ ଲାଇସେନ୍ସ । ପୋଲିସ ଆଗରେ ସବୁ ସତ ମାନିଛନ୍ତି ଗିରଫ ବିନୟ ଆଚାର୍ଯ୍ୟ ।ସେହିପରି ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ସିଆରପି ପାଖରେ ଏକ ଦୋକାନ ଆଗରେ ଗଣ୍ଡମୁଣ୍ଡା ଅଞ୍ଚଳରବିଭୁ ପ୍ରସାଦ ଜେନା ଛିଡ଼ା ହୋଇଥିଲା ।

ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଦୋକାନ ପାଖକୁ ଆସି ଗଣ୍ଡଗୋଳ କରିଥିଲା । ବିନୟ ଆସି ଗଣ୍ଡଗୋଳ କରିବା ସହ ବିଭୁ ଉପରକୁ ଗୁଳି ଚଳାଇଥିଲେ । ଥାନାରେ ବିଭୁ ଙ୍କ ଏତଲା ପରେ ବିନୟ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ । ଜେରା ବେଳେ ପୋଲିସ ଆଗରେ ସବୁ କଥା ମାନିଛି ଅଭିଯୁକ୍ତ ବିନୟ । ସବୁଠୁ ବଡ଼ କଥା ହେଲା ନିଜ ସ୍ତ୍ରୀର ବନ୍ଧୁକରେ ଗୁଳି ଚଳାଇ ଥିଲେ ବିନୟ ।

ଅଭିଯୁକ୍ତ ବିନୟର ସ୍ତ୍ରୀଙ୍କ ନାମରେ ବନ୍ଧୁକ ଲାଇସେନ୍ସ ରହିଛି । ଅଭିଯୁକ୍ତ ବିନୟର ପତ୍ନୀ ଜଣେ ଜାତୀୟ ସ୍ତରର ଶୁଟର । ସେ ରାଇଫଲ କ୍ଲବର ମେମ୍ବର ବୋଲି ଜଣା ପଡ଼ିଛି । ବିନୟ ଠାରୁ ଗୋଟିଏ ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଆଗକୁ ବନ୍ଧୁକର ଲାଇସେନ୍ସ ରଦ୍ଧ କରିବାକୁ ପୋଲିସ କମିଶନରଙ୍କୁ ଚିଠି ଲେଖାଯିବ ।

Related posts

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ,କୋହଳ ହେଲା ନିୟମ

Odisha Halchal

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜିଠୁ FD ଉପରେ ମିଳିବ ଅଧିକ ସୁଧ

Odisha Halchal

ଇଞ୍ଜେକସନ ନେଇ ବିଗିଡ଼ିଲା ସ୍ୱାସ୍ଥ୍ୟ, ଭଲ ନ ହୋଇ ଥରିଲେ ୨୧ ରୋଗୀ

Odisha Halchal

Leave a Comment