ଅପରାଧଓଡ଼ିଶା ଖବରନ୍ୟୁଜ୍

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦିଆଯାଇଥିବା ସନ୍ଦେହ

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦିଆଯାଇଥିବା ସନ୍ଦେହ

ପାଟଣାଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁଙ୍କ ମୃତଦେହ ଉଦ୍ଧାର । ପାଟଣାଗଡ ବନକାବିହାର ଗାଁ ନିକଟରୁ ମିଳିଛି ମୃତଦେହ । ତେବେ କନିଷ୍ଠ ଯନ୍ତ୍ରୀଙ୍କୁ କେହି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ସୂଚନା ଥାଉକି, ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୃତ ଶରୀର ସହ ତାଙ୍କ ବାଇକ ବନକାବିଅର ଗାଁ ନିକଟରେ ପଡିଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ ।

ପରେ ଖବର ପାଇ ପୋଲିସ ଓ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡିବ । ମୃତକ କନିଷ୍ଠ ଯନ୍ତ୍ରୀ ହେଉଛନ୍ତି କଟକ ଜିଲ୍ଲା ଗୋପାଲ ନଗର କେସରଦା ଗାଁର ।

Related posts

ପୁଲିସ ସଂମୁଖରେ ଗୁଳିକାଣ୍ଡ!

Odisha Halchal

ଏମିତି ଶିକ୍ଷକ କେବେ ମିଳିବେନି

Odisha Halchal

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା

Odisha Halchal

Leave a Comment