ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଅଭିନେତ୍ରୀ ପତ୍ନୀଙ୍କୁ ଭେଟିବା ପାଇଁ ତିହାର ଜେଲରେ ଆମରଣ ଅନଶନ

ଅଭିନେତ୍ରୀ ପତ୍ନୀଙ୍କୁ ଭେଟିବା ପାଇଁ ତିହାର ଜେଲରେ ଆମରଣ ଅନଶନ

ଅଭିନେତ୍ରୀ ପତ୍ନୀଙ୍କୁ ଭେଟିବା ପାଇଁ ତିହାର ଜେଲରେ ଆମରଣ ଅନଶନ କରୁଛନ୍ତି ମହାଠକ ସୁକେଶ ତିହାର ଜେଲ୍‌ରେ ଦିନକାଟୁଥିବା ୨୦୦ କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଜେଲ କର୍ତ୍ତୃପକ୍ଷ ପୁଣି ଚିନ୍ତାରେ ପଡ଼ିଯାଇଛନ୍ତି । ମହାଠକ ସକେଶଙ୍କ ଆମରଣ ଅନଶନ ନେଇ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି ।

ସକେଶ ଚନ୍ଦ୍ରଶେଖର ଗତ ଏପ୍ରିଲ ୨୩ ତାରିଖ ଠାରୁ ଆମରଣ ଅନଶନ ଆରମ୍ଭ କରିଦେଇଛନ୍ତି । କିଛି ଦିନ ପର୍ଯ୍ୟନ୍ତ ତାଙ୍କୁ ତରଳ ଖାଦ୍ୟ ଦିଆଯାଇଥିଲା । କିନ୍ତୁ ଦୀର୍ଘ ୧୯ ଦିନ ହେଲା ଆଦୌ ଖାଦ୍ୟ ଗ୍ରହଣ କରିନାହାନ୍ତି । ଏହାର କାରଣ ହେଉଛନ୍ତି ତିହାର ଜେଲରେ ବନ୍ଦ ତାଙ୍କର ଅଭିନ୍ରେତୀ ପତ୍ନୀ ଲୀନା ମାରିୟା ପଲ୍ ବୋଲି କୁହାଯାଉଛି । ପତ୍ନୀଙ୍କୁ ଭେଟିବା ପାଇଁ ସୁକେଶ ଆମରଣ ଅନଶନ କରିଛନ୍ତି ।
ତିହାର ଜେଲ ଡିଜି ସଂଦୀପ ଗୋୟଲ କହିଛନ୍ତି ଯେ, ସୁକୋ ଚନ୍ଦ୍ରଶେଖର କିଛି ଦିନ ହେଲା ଖାଦ୍ୟ ଗ୍ରହଣ କରିନାହାନ୍ତି ।

କିନ୍ତୁ ସେ ଖାଦ୍ୟ ନଖାଇବା ପଛରେ ଯେଉଁ କାରଣ ରହିଛି, ତାହା ହେଲା ତିହାର ଜେଲର ୬ ନମ୍ବର ସେଲରେ ବନ୍ଦ ଥିବା ତାଙ୍କର ପତ୍ନୀଙ୍କୁ ନିୟମ ବିରୋଧରେ ଯାଇ ଭେଟିବାକୁ ଚାହୁଁଛି । କିନ୍ତୁ ଜେଲ ଅଧିକାରୀ ସେହିଭଳି ଅନୁମତି ଦେଇପାରିବେ ନାହିଁ । ସୁକେଶକୁ ଯେଉଁ ଦଣ୍ଡ ମିଳିଛି, ତାହା ଜାରି ରହିବ ।

ପତ୍ନୀଙ୍କୁ ଭେଟିବା ଜେଲ ନିୟମ ଅନୁସାରେ ମାସକୁ ୨ ଥର କରାଯାଇପାରିବ । କିନ୍ତୁ ସୁକେଶ ପତ୍ନୀଙ୍କୁ ଜେଲରେ ୨ରୁ ଅଧିକ ଥର ଭେଟିବାକୁ ଚାହୁଁଛନ୍ତି, ଯାହାକି ସମ୍ଭବ ନୁହେଁ । ସୁକେଶଙ୍କ ସୁରକ୍ଷା ନେଇ କର୍ତ୍ତୃପକ୍ଷ ନଜର ରଖିଛି । ଅନ୍ୟପଟରେ କୁହାଯାଉଛି ଯେ, ସୁକେଶଙ୍କ ଓଜନ ୫ କିଲୋ ହ୍ରାସ ପାଇଛି । ସେ ପୂର୍ବରୁ ୭୨କିଲୋ ଓଜନ ଥିଲେ । ଏବେ ତାଙ୍କର ଓଜନର ୬୭ କିଲୋ ଅଛି ।

Related posts

ମାହାଙ୍ଗାରେ ବିଜେଡିର ଶକ୍ତି ପ୍ରଦର୍ଶନ

Odisha Halchal

ରାତିରେ କଳାକନା ବୁଲାଇଦେଲେ ଲୁଟେରା

Odisha Halchal

ଝାଡ଼ୁକଲା ବେଳେ ଜେଲ୍‌ରୁ ଖସିଗଲା ଅଭିଯୁକ୍ତ

Odisha Halchal

Leave a Comment