ଓଡ଼ିଶା ଖବରନ୍ୟୁଜ୍

ଷଣ୍ଢ ଆତଙ୍କ , ଭୟରେ ଥରହର ଗ୍ରାମବାସୀ

ଷଣ୍ଢ ଆତଙ୍କ , ଭୟରେ ଥରହର ଗ୍ରାମବାସୀ

କେନ୍ଦ୍ରାପଡ଼ା:-(ରିପୋର୍ଟ-ଜନ୍ମେଜୟ ବିଶ୍ୱାଳ)ପୁରା ଗାଁ ରେ ଖେଳିଯାଇଛି ଆତଙ୍କ , କି ଦିନ କି ରାତି ପଡୁଛି ତାଟି କବାଟ | କାରଣ କାଳେ କୋଉପଟୁ ଆସିଯିବ କି ସେହି ମାରଣା ଷଣ୍ଢ , ଆଉ ଭୁଷି ଦେବ ତାର ସେହି ମୁନିଆ ସିଙ୍ଗରେ |

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଶ୍ରମ ବାଲିକୁଦା ଗାଁର ଦୃଶ୍ୟ | ଯେଉଁ ଗାଁରେ ଦୁଇ ଦିନ ହେବ ଗୋଟିଏ ମାରଣା ଷଣ୍ଢ ଏତେ ଉପଦ୍ରବ କରୁଛି ଯେ ନକହିବା ଭଲ | ଏକାଧିକ ମହିଳାଙ୍କୁ ସେହି ଷଣ୍ଢ ଏଭଳି ଆକ୍ରମଣ କରିଛି ଯେ ସେମାନଙ୍କ ମଧ୍ୟରୁ ଜଣେ କଟକ ବଡ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ବେଳେ ଅନ୍ୟମାନେ ନିକଟସ୍ଥ ମାର୍ଶାଘାଇ ମେଡିକାଲ ରେ ଅଛନ୍ତି |

ଗାଁର ଅନେକ ଗାଈ ବଳଦ ଓ ଛୋଟ ବାଛୁରୀ ମାନଙ୍କୁ ଆକ୍ରମଣ କରିସାରିଲାଣି ସେହି ଷଣ୍ଢ | ଗ୍ରାମବାସୀ ମାନେ ଯେତେ ଘଉଡ଼ାଇବା ପାଇଁ ପ୍ରୟାସ କଲେ ବି ସଫଳ ହୋଇପାରୁନାହାନ୍ତି | କେତେବେଳେ ଜଙ୍ଗଲିଆ ବଣ ମଧ୍ୟ୍ୟକୁ ଚାଲିଯାଉଛି ତ ପୁଣି ବାହାରି ଆସି ଗାଁ ଦାଣ୍ଡରେ ଏଣେତେଣେ ଦୌଡୁଛି , ଆଉ ସାମ୍ନାରେ ଯାହା ପଡିଲା ତାକୁ ଭାଙ୍ଗି ପକାଇବା ସହ ଯିଏ ସାମ୍ନାକୁ ଆସିଲା ତାକୁ ତାର ମୁନିଆ ସିଙ୍ଗ ରେ ଭୁଷି ଦେଉଛି | ଏସବୁ ଦେଖି ଏବେ ଆଶ୍ରମ ବାଲିକୁଦା ଗାଁର ଲୋକମାନେ ପୁରାପୁରି ଭୟଭିତ ଅବସ୍ଥାରେ |

ଘଟଣା କୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ଷଣ୍ଢ କୁ ଆୟତ କରିବା ପାଇଁ ପ୍ରଶାସନ ଆଶ୍ରମ ବାଲିକୁଦା ଗାଁରେ ନପଂହଁଚିବା କୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିଲା ବେଳେ ଖବର ପ୍ରସାରଣ ପରେ ପ୍ରଶାସନ କେବେ ତତ୍ପରତା ଦେଖାଉଛି ତାହା ହିଁ ଦେଖିବାକୁ ବାକି ରହିଲା।

Related posts

ଏକ ତରଫା ପ୍ରେମ ରେ ଶାଳୀ କୁ ନେଇ ଫେରାର ମାରୁଥିଲା ଭିଣୋଇ

Odisha Halchal

ମାଓବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ର ପଣ୍ଡ

Odisha Halchal

କଣ ରହିଛି ଆଗତ ୨୦୨୩-୨୪ ବଜେଟ

Odisha Halchal

Leave a Comment