ଅପରାଧଓଡ଼ିଶା ଖବରନ୍ୟୁଜ୍

ସଙ୍ଗମ ଡିଜିଟାଲ ଷ୍ଟୁଡିଓରେ ଦୁଷ୍କର୍ମ

ସଙ୍ଗମ ଡିଜିଟାଲ ଷ୍ଟୁଡିଓରେ ଦୁଷ୍କର୍ମ

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ)ନେମାଳଥାନା ଜନାର୍ଦ୍ଦନପୁର ବଜାରରେଥିବା ସଙ୍ଗମଡିଜିଟାଲ ଷ୍ଟୁଡିଓ ରେଦୁଷ୍କର୍ମ ଘଟଣାରେ 3ଜଣ ଯୁବକକୁ ଗିରଫ କରିଛି ନେମାଳ ପୋଲିସ। 3ଜଣ ଯୁବକ ଦୁଷ୍କର୍ମ କରୁଥିବା ବେଳେ ନେମାଳ ପୋଲିସ କୌଣସି ସୂତ୍ରରୁ ଖବର ପାଇ ତିନିଜଣ ଯୁବକକୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାରକରିଛି।

3ଜଣ ଯୁବକ ହେଲେ ନେମାଳ ଥାନା ଜନାର୍ଦ୍ଦନପୁର ବଜାର ସଙ୍ଗମଷ୍ଟୁଡିଓ ମାଲିକ ମାନସ ବେହେରା ଅନ୍ୟ2ଜଣହେଲେ ଭଗିପୁର ବାଙ୍କୀଥାନା ଅଂଚଳର ସୁକାନ୍ତ ଜେନା, ପିଣ୍ଟୁ ନାୟକ । ଦୁଷ୍କର୍ମ ଘଟଣାରେ ସୁକାନ୍ତ ଜେନା ମୁକ୍ଷ୍ୟ ଅଭିଯୁକ୍ତ ବୋଲି ପୋଲିସ ସୂଚନା ଦେଇଥିବାବେଳେ ଅନ୍ୟଦୁଇଜଣ ସୁକାନ୍ତକୁ ଦୁଷ୍କର୍ମ ଘଟଣାରେ ସହଯୋଗ କରିଥିଲେ।

ନାବାଳିକା ଜଣକ ନେମାଳ ଥାନା ଅଂଚଳର ବୋଲି ଜଣାଡିଛି। ନାବାଳିକାକୁ ଉଦ୍ଧାର କରିବାସହ 3ଜଣ ଯୁବକକୁ କେଶ ନଂ 216/2022ରେ ମାମଲା ରଜୁକରି ପୋସ୍କୋ କୋର୍ଟରେ ହାଜର କରିଥିବା ନେଇ ନେମାଳ ପୋଲିସ ସୂଚନା ଦେଇଛି। ଏପଟେ ଘଟଣାସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ନମୁନା ଜବତକରି ପରୀକ୍ଷାପାଇଁ ନେଇଛନ୍ତି। ନେମାଳ ଥାନା ପୋଲିସ ଘଟଣା ଉପରେ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛି ।

Related posts

ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Odisha Halchal

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଏବଂ ବିଅର ଜବତ, ୦୬ ଗିରଫ

Odisha Halchal

ମୋଦୀଙ୍କୁ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ଅନୁରୋଧ

Odisha Halchal

Leave a Comment