ଓଡ଼ିଶା ଖବରମନୋରଞ୍ଜନ

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

ଚଳିତ ବର୍ଷର ସବୁଠାରୁ ବଡ଼ ଓ ପ୍ରତୀକ୍ଷିତ ବିବାହ ହେବାକୁ ଯାଉଛି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କର । ଏହି ଲଭ୍ ବାର୍ଡ ଅନେକ ସମୟରେ ବିବାହକୁ ନେଇ ଟ୍ରୋଲ ହୋଇଆସିଛନ୍ତି । ମାତ୍ର କେବେ ହେଲେ ମୁହଁ ଖୋଲି ନିଜ ବିବାଦ ତାରିଖ ଘୋଷଣା କରିନାହାନ୍ତି ।

ତେବେ ଏବେ କିଛି ଦିନ ହେବ ଉଭୟ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପରିବାର ମଧ୍ୟରେ ବିବାହ ଆଡମ୍ବର ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ଖୁବ୍ ଶୀଘ୍ର ଏହି ଯୋଡି ହାତକୁ ଦୁଇ ହାତ ହୋଇପାରନ୍ତି ବୋଲି ଆଶା କରାଯାଉଛି ।

ତେବେ ନିକଟରେ ଏକ ଇଭେଣ୍ଟ ଉଭୟ ଆଲିଆ ଓ ରଣବୀର ଏକା ସାଥିରେ ନଜର ଆସିଥିବା ବେଳେ ସେମାନେ ଚଳିତ ମାସରେ ହିଁ ଅର୍ଥାତ୍ ଏପ୍ରିଲରେ ହିଁ ବିବାହ କରିବାକୁ ଯାଉଛନ୍ତି ବୋଲି ହିଣ୍ଟ୍ ଦେଇଛନ୍ତି ଯାହାକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା ଜୋର ଧରିଛି ।

 

Related posts

ଗୋବରାରେ ଶରତ ଚନ୍ଦ୍ର ରଥଙ୍କ ସ୍କୃତି ଚାରଣ

Odisha Halchal

ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା

Odisha Halchal

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ମନୋନୀତଶିଶୁ କଳାକାରଙ୍କ ଅକାଳ ମୃତ୍ୟୁ

Odisha Halchal

Leave a Comment