ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମୁକେଶଙ୍କୁ ବଡ଼ ଝଟକା, ଭିଆଇପିର ୩ ବିଧାୟକ ବିଜେପିରେ ମିଶିଲେ

ମୁକେଶଙ୍କୁ ବଡ଼ ଝଟକା, ଭିଆଇପିର ୩ ବିଧାୟକ ବିଜେପିରେ ମିଶିଲେ

ବିକାଶଶୀଳ ଇନ୍‌ସାନ ପାର୍ଟି (ଭିଆଇପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ସହନୀଙ୍କୁ ଶକ୍ତ ଝଟକା ଲାଗିଛି । ଭିଆଇପି ଟିକେଟରେ ବିଜୟୀ ୩ ଜଣ ବିଧାୟକ ରାଜୁ ସିଂହ, ସୁବର୍ଣ୍ଣା ସିଂହ ଓ ମିଶ୍ରୀ ଲାଲ ଯାଦବ ବିଜେପିରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ୨ ବିଧାୟକ ଭିଆଇପିର ପ୍ରାର୍ଥୀଙ୍କ ବଦଳରେ ବିଜେପି ପ୍ରାର୍ଥୀଙ୍କୁ ବୋଚହା ବିଧାନସଭା ଉପନିର୍ବାଚନରେ ସବର୍ଥନ ଦେଇଥିଲେ । ଏସଂକ୍ରାନ୍ତରେ ନିଜର ସମର୍ଥନ ପତ୍ର ବିହାର ବିଧାନସଭାର ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ଦାଖଲ କରିଥିଲେ ।

ଭିଆଇପିର ମୁଖ୍ୟ ମୁକେଶ ବିହାରରେ ସରକାର ଗଠନ କରିଥିବା ବିଜେପି ଓ ଜେଡିୟୁ ମେଣ୍ଟକୁ ସମର୍ଥନ କରୁଥିଲେ। ଏପରି କି ସେ ନୀତୀଶ କୁମାରଙ୍କ ସରକାରରେ ପଶୁ ସମ୍ପଦ ମନ୍ତ୍ରୀ ମଧ୍ୟ ରହିଛନ୍ତି। ମୁକେଶ ବିଧାନ ପରିଷଦର ସଦସ୍ୟ। ଏବେ ତାଙ୍କ ଦଳ ୩ ବିଧାୟକ ବିଜେପିରେ ମିଶି ଯାଇଛନ୍ତି। ତେଣୁ ତାଙ୍କ ମନ୍ତ୍ରୀ ପଦ ମଧ୍ୟ ଟଳମଳ ହେବା ଆରମ୍ଭ ହୋଇଛି।

ଏହି ୩ ଜଣ ବିଧାୟକ ଭିଆଇପି ପ୍ରାର୍ଥୀଙ୍କ ବଦଳରେ ବୋଚହା ବିଧାନସଭା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ। ମୁକେଶଙ୍କ ଦଳ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ଭାଗ ନେଇଥିବାରୁ ଏହାକୁ ବିଜେପି ନାପସନ୍ଦ କରିଥିଲା। ତେଣୁ ବୋଚହା ଉପ ନିର୍ବାଚନରେ ବିଜେପି ମୁକେଶଙ୍କ ଭିଆଇପି ବିରୋଧରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିଲା। ବୁଧବାର ବିଜେପି ପ୍ରାର୍ଥୀ ବେବି କୁମାରୀ ଏହି ଆସନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାପରେ ଡା ଗୀତା କୁମାରୀ ଭିଆଇପି ପ୍ରାର୍ଥୀ ଭାବେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ଭିଆଇପି ଓ ବିଜେପି ମଧ୍ୟରେ ରାଜନୀତିକ ଯୁଦ୍ଧ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଜୁନ୍ ୩୦ରେ ରେ ମୁକେଶଙ୍କ ବିଧାନ ପରିଷଦର ସଦସ୍ୟତା ଅବଧି ଶେଷ ହେଉଛି। ଏହାପରେ ସେ ବିଧାନ ପରିଷଦକୁ ନିର୍ବାଚିତ ହେଉଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ବିହାର ବିଧାନ ପରିଷଦର ସମସ୍ତ ୨୪ ଆସନ ପାଇଁ ଭିଆଇପି ପ୍ରାର୍ଥୀ ଘୋଷଣା କରିଛି। ବିଜେପି ୧୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ନୀତୀଶ କୁମାରଙ୍କ ଦଳ ୧୨ଟି ଆସନରେ ଲଢ଼ିବ।

 

Related posts

ବେଆଇନ କଫ ସିରପ ଜବତ

Odisha Halchal

ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ

Odisha Halchal

ଚାଷୀଙ୍କ ବିକାଶରେ ବାଧକ ସାଜିଛି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା

Odisha Halchal

Leave a Comment