ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ ରାଜ୍ୟ

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ ରାଜ୍ୟ

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ ରାଜ୍ୟ’ : ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାର ୯ ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ନେଇ ଏକ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ନିଜ ନିୟମ ଅନୁସାରେ ବିଭିନ୍ନ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ଯେ, ଅନେକ ରାଜ୍ୟରେ ହିନ୍ଦୁ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକେ ସଂଖ୍ୟାଲଘୁ ଅଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ । ଏହାଦ୍ୱାରା ସେମାନେ ନିଜର ଶିକ୍ଷାନୁଷ୍ଠାନକୁ ମଧ୍ୟ ସଞ୍ଚାଳନ କରିପାରିବେ ।

ସରକାର ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ଉଦାହରଣ ନେଇ କହିଥିଲେ ଯେ, ମହାରାଷ୍ଟ୍ରରେ ୨୦୧୬ରେ ଇହୁଦିଙ୍କ ପାଇଁ ଧାର୍ମିକ ଓ କର୍ଣ୍ଣାଟକରେ ଉର୍ଦ୍ଦୁ, ତେଲୁଗୁ, ତାମିଲ, ମାଲାୟାଲମ, ମରାଠି, ଗୁଜୁରାଟୀ ଆଦି ଭାଷା ଆଧାରରେ ଅଳ୍ପସଂଖ୍ୟକ ଘୋଷଣା କରାଯାଇଛି ।ଅନ୍ୟ ରାଜ୍ୟ ଏପରି କରିପାରନ୍ତି । ଏହି ମାମଲାରେ ସୋମବାର ପୁଣି ଶୁଣାଣି ହେବ ।

କେନ୍ଦ୍ର ସରକାରଙ୍କ କହିବାନୁସାରେ, ଆବେଦନକାରୀ ଜମ୍ମୁ କାଶ୍ମୀର, ମିଜୋରାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଆଦିରେ ପ୍ରଶାସନ ନିଜ ଇଚ୍ଛାରେ ସଂଖ୍ୟାଲଘୁଙ୍କ ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରୁଛି ବୋଲି କହୁଛନ୍ତି । କିନ୍ତୁ ଏହାଠିକ୍ ନୁହେଁ ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଏକ ଆବେଦନ ଦାଖଲ ହୋଇଥିଲା । ଯେଉଁଥିରେ ସଂଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନର ବୈଧତାକୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଏହା ସମାନତା ଅଧିକାରକୁ ବିରୋଧ କରୁଛି ବୋଲି ସେ କହିଥିଲେ । ଏହାସହ ଦେଶର ବିଭିନ୍ନ ରାଜ୍ୟ ଅଳ୍ପସଂଖ୍ୟକ ବା ସଂଖ୍ୟଲଘୁଙ୍କୁ ଚିହ୍ନଟ ପାଇଁ ଗାଇଡଲାଇନ୍ ଜାରି କରନ୍ତୁ ବୋଲି ସେ କୋର୍ଟରେ ଦାବି କରିଥିଲେ ।

Related posts

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ୨୪ ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ହେଲା ସମାଧାନ

Odisha Halchal

ଦେବୀ ମା ମଝିଘରିଆଣି ମା ଙ୍କ ହୁଣ୍ଡିରେ ପୁଳା ପୁଳା ଟଙ୍କା, ସୁନା

Odisha Halchal

ସହରରେ ସେକ୍ସ ରାକେଟର ପର୍ଦାଫାଶ

Odisha Halchal

Leave a Comment