ଓଡ଼ିଶା ଖବରନ୍ୟୁଜ୍

ହାତୀ ଘଉଡାଇବାରେ ବନ ବିଭାଗ ବିଫଳ

ହାତୀ ଘଉଡାଇବାରେ ବନ ବିଭାଗ ବିଫଳ

ଗୁଣୁପୁର:-(ରିପୋର୍ଟ:-କାହ୍ନୁ ଚରଣ ପାଢ଼ୀ)ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ବଂଶଧାରା ଅବବାହିକା ରେ ବ୍ୟାପକ ଫସଲ ନଷ୍ଟ ଚିନ୍ତାରେ ଚାଷୀ ଗତ ଦେଢ଼ବର୍ଷ ଧରି ଗୁଣୁପୁର ପଦ୍ମପୁର ବନାଞ୍ଚଳ ରେ ୬ ଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିବା ସହ ଫସଲ ନଷ୍ଟ କରୁଛନ୍ତି । ଦେଢ଼ବର୍ଷ ବିତିଥିଲେ ମଧ୍ୟ ବନ ବିଭାଗ ଏହି ଜଙ୍ଗଲୀ ହାତୀଙ୍କୁ ଘଉଡାଇବାରେ ବିଫଳ ହୋଇଛି ।

ବଂଶଧାରା ଓ ସାନ ନଦୀ ଅବବାହିକା ଅଞ୍ଚଳରେ ଚାଷୀଙ୍କ ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡିଯାଇଛି । ଲିମାମେଡା ଗ୍ରାମର ଜଗନମୋହନ ପଣ୍ଡା ଙ୍କ ୬ ଏକର ଜମିରେ କରିଥିବା ଅମଳ ଧାନ, ନଡିଆ ସହ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ଯାହା ଫଳରେ ସର୍ବ ସ୍ୱ।ନ୍ତ ହୋଇ ପଡିଛନ୍ତି ଚାଷୀ ଜଣକ । ବର୍ତ୍ତମାନ ପରିସ୍ଥିତି ରେ ସରକାରଙ୍କ କ୍ଷତିପୂରଣ ପ୍ରଦାନ ଜରୁରୀ ହୋଇ ପଡିଛି ।

ଖବରପାଇ ଗୁଣୁପୁର ବନ ବିଭାଗ, ଚାଲକମବା ନାଏବ ସରପଞ୍ଚ ବ୍ରଜ ଶବର, ୱାର୍ଡ ସଭ୍ୟ ଗୌର ସେନାପତି ପହଞ୍ଚି କ୍ଷୟକ୍ଷତି ର ଆକଳନ କରିଥିଲେ । ଅନ୍ୟପକ୍ଷରେ ଦୀର୍ଘ ୬ ମାସ ଧରି ସମସ୍ତ କାଗଜପତ୍ର ବନ ବିଭାଗ କୁ ଦାଖଲ କରିଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଆଜିଯାଏଁ ଟଙ୍କାଟିଏ ବି କ୍ଷତିପୂରଣ ପ୍ରଦାନ କରାଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେଣୁ ଚାଷୀଙ୍କୁ ତୁରନ୍ତ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ ଜୋର ଧରିଛି ।

 

Related posts

ଋଷ-ୟୁକ୍ରେନ୍ ଯୁଦ୍ଧ: ଋଷ ଭ୍ୟାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଦାବି କଲା ବ୍ରିଟେନ୍‌, ପ୍ରଭାବକୁ ନେଇ ବଢିଲା ବିଶ୍ୱ ସମୁହର ଚିନ୍ତା

Odisha Halchal

ମାଛ ମାର୍କେଟରେ ହଣାକଟା: ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ

Odisha Halchal

ଲିଭ ଇନ ରିଲେସନଶିପରେ ସଂପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ

Odisha Halchal

Leave a Comment