ଅପରାଧଓଡ଼ିଶା ଖବରନ୍ୟୁଜ୍

ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଧରପଗଡ

ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଧରପଗଡ । ସର୍ବସାଧାରଣ ସ୍ଥାନରେ ମଦ ପିଉଥିବାରୁ ୨୦୦ ଜଣଙ୍କୁ ଫାଇନ୍ କରାଯାଇଛି । ସେହିପରି ଖଟି କରୁଥିବା ୯୨ ଜଣଙ୍କୁ ଫାଇନ ସହିତ ୧୨ଟି ଖଟି ଗ୍ରୁପକୁ ଭାଙ୍ଗିଛି କମିଶନରେଟ ପୋଲିସ ।

ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରିବାକୁ ନିର୍ବାତନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଧରପଗଡ ମଧ୍ୟ କରାଯାଉଛି । ଆଜି ଧରପଗଡରେ ୨୦୦ ଜଣଙ୍କୁ ଫାଇନ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ହେବ । ସେହିପରି ୨୬ ତାରିଖରେ ଗଣତି କରାଯିବ । ଏହାସହିତ ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ୭ ତାରିଖରେ ଶେଷ ହେବ ।

Related posts

ହାତୀଙ୍କ ପାଇଁ ଗାଁ ହେଲା ମଣିଷ ଶୂନ୍ୟ !

Odisha Halchal

ଭିଜିଲାନ୍ସ ଜାଲରେ ସରକାରୀ ନିର୍ବାହୀ ଯନ୍ତ୍ରୀ

Odisha Halchal

ରକେଟ୍‌ ମାଡରେ ଦୋହଲିଲା ଲଭିଭ୍‌, ମାରିୟୁପୋଲ୍‌

Odisha Halchal

Leave a Comment