ଦେଶ ବିଦେଶନ୍ୟୁଜ୍

ଦ୍ୱିତୀୟ ଇନିଂସ୍‌ରେ ଯୋଗୀଙ୍କ ବଡ ଘୋଷଣା, ବଢ଼ିଲା ମାଗଣା ରାସନ ଯୋଜନା

ଦ୍ୱିତୀୟ ଇନିଂସ୍‌ରେ ଯୋଗୀଙ୍କ ବଡ ଘୋଷଣା, ବଢ଼ିଲା ମାଗଣା ରାସନ ଯୋଜନା

ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ଅବଧିରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନାକୁ ରାଜ୍ୟରେ ଆଉ ତିନିମାସ ପାଇଁ ବୃଦ୍ଧି କରାଯାଇଛି । ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ୮୦ କୋଟି ଗରିବ ଏବଂ ୧୫ କୋଟି ଗରିବ ଲୋକ ଏହି ଯୋଜନାର ଲାଭ କରୁଛନ୍ତି।

ଆମର ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ତିନିମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଅଧୀନରେ ଖାଦ୍ୟ ଶସ୍ୟ, ଡାଲି, ଲୁଣ, ଚିନି ଏବଂ ତେଲ ମଧ୍ୟ ଗରିବ ଲୋକଙ୍କୁ ଦିଆଯିବ ।

ସେ କହିଛନ୍ତି ଯେ ଏହି ଯୋଜନାରେ ରାଜ୍ୟ ସରକାର ୩୨୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନିଷ୍ପତ୍ତି ପରେ ରାଜ୍ୟର ୧୫ କୋଟି ଲୋକ ଆଗାମୀ ତିନିମାସ ପାଇଁ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅଧୀନରେ ଲାଭ ପାଇବେ।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା, ବ୍ରଜେଶ ପଠକ, କ୍ୟାବିନେଟ ମନ୍ତ୍ରୀ ସ୍ୱତନ୍ତ୍ରଦେବ ସିଂ ମଧ୍ୟ ଉପସ୍ଥିତ ଥିଲେ। ନବ ଗଠିତ ସରକାରଙ୍କ ଏହା ହେଉଛି ପ୍ରଥମ ନିଷ୍ପତ୍ତି।

Related posts

ବୃଦ୍ଧା ଙ୍କ ଉପରେ ମାଡ଼ି ଗଲା ଟ୍ରଲର

Odisha Halchal

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

Odisha Halchal

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ଦ୍ଵାରା ଆକ୍ରମଣ ଘଟଣାକୁ ନିନ୍ଦା

Odisha Halchal

Leave a Comment