ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ୍ ଦ୍ଵାରା ୩ ନାବାଳକ ସହ ୧୦ ଦାଦନ ଶ୍ରମିକ ଉଦ୍ଧାର

ପୋଲିସ୍ ଦ୍ଵାରା ୩ ନାବାଳକ ସହ ୧୦ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା:-(ରିପୋର୍ଟ:-ଚେତୁରାମ ପ୍ରଧାନୀ)ନୂଆପଡା ଜିଲ୍ଲା ସଦର ପୋଲିସ୍ ଦ୍ଵାରା ଟାନୱାଟ ଛକ୍ ନିକଟରୁ ଉଦ୍ଧାର ହେଲେ ୧୩ ଜଣ ଦାଦନ ଶ୍ରମିକ। ୧୩ ଜଣ ଦାଦନ୍ ଶ୍ରମିକ ଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି।।

ଗତ କାଲି ସନ୍ଧ୍ୟା ସମୟରେ କୋମନା ଅଞ୍ଚଳରୁ ଶ୍ରମିକ ଚାଲାଣ ହେଉଥିବା ସଦର ପୋଲିସ୍ ଖବର ପାଇ ନୂଆପଡ଼ା ଟାନୱାଟ୍ ଛକ ନିକଟରେ ଚଢ଼ାଉ କରି ଏକ ବୋଲେରୋ ଗାଡ଼ି ରୁ ୧୩ ଜଣ ଦାଦନ ଶ୍ରମିକ କୁ ଉଦ୍ଧାର କରିଛି ସଦର ପୋଲିସ୍।। ଶ୍ରମିକ ମାନଙ୍କୁ ଆନ୍ଧ୍ର ପ୍ରଦେଶ କୁ ଚାଲାଣ କରାଯାଇଥାନ୍ତା ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କୁଶପାଲି ଗାଁର ଜଣେ ଦାଦନ ଦଲାଲ୍ କୁ ଗିରଫ କରିଥିବା ବେଳେ, ଦାଦନ ଶ୍ରମିକ ଚାଲାଣ ହେଉଥିବା ଏକ ବୋଲେରୋ କୁ ମଧ୍ଯ ଜବତ୍ କରିଛି ସଦର ପୋଲିସ୍। ଶ୍ରମିକ ମାନଙ୍କୁ ନିଜ ଘର କୁ ପଠେଇ ଦିଆଯାଇଥିବା ବେଳେ ଶ୍ରମିକ ଦଲାଲ ଓ ବୋଲେରୋ ଡ୍ରାଇଭର ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଆଇ ଆଇ ସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Related posts

ନିଜ ବାଇକ ରେ ନିଜେ ଦୁର୍ଘଟଣା

Odisha Halchal

ଗଛରେ ପିଟି ହେଲା ବସ୍

Odisha Halchal

ବେଆଇନ କପ୍ ଶିରପ କାରବାର

Odisha Halchal

Leave a Comment