ଅପରାଧଓଡ଼ିଶା ଖବରନ୍ୟୁଜ୍

ବନ୍ଧା ହେଲେ ରସିକିଆ ଗଣିତ ସାର୍‌

ବନ୍ଧା ହେଲେ ରସିକିଆ ଗଣିତ ସାର୍‌

ରସିକିଆ ଗଣିତ ସାର୍‌ଙ୍କ ବେହିସାବ କାରନାମା। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଚମ୍ପଟ ମାରିଥିଲେ ଗଣିତ ମାଷ୍ଟର। ଶେଷରେ ତନାଘନା ପରେ ପୁଲିସ ହାତରେ ବନ୍ଧା ହେଇଛନ୍ତି ପ୍ରମିକ ପ୍ରବର ସାର୍‌। ସୁନ୍ଦରଗଡ଼ କୁତ୍ରା ଥାନା ଅଞ୍ଚଳଳରୁ ଆସିଛି ଏଭଳି ଏକ ଘଟଣା।

କୁତ୍ରା ରାଞ୍ଚି ରୋଡ୍‌ରେ ଥିବା ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷକତା କରୁଥିଲେ ସମ୍ପୃକ୍ତ ଶିକ୍ଷକ। ସେହି ସ୍କୁଲରେ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ଶିକ୍ଷକ ଜଣକ ଚଳିତ ମାସ ୫ ତାରିଖରେ ଫେରାର ହୋଇଯାଇଥିଲେ। ତେବେ ଛାତ୍ରୀ ନିଖୋଜ ନେଇ ପରିବାର ଲୋକେ କୁତ୍ରା ଥାନାରେ ଏତଲା ଦେଇଥିଲେ। ଏହାପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ।

ପ୍ରଥମେ ମୋବାଇଲ ଟ୍ରେସିଂ ପରେ ଗଣିତ ମାଷ୍ଟରଙ୍କ ସହଯୋଗୀର ସୁରାଗ ପାଇଥିଲା ପୁଲିସ। ସହଯୋଗୀଙ୍କୁ ପଚରାଉଚରା ପରେ ଛାତ୍ରୀଙ୍କୁ ନେଇ ସମ୍ପୃକ୍ତ ଶିକ୍ଷକ ଜଣକ ବିହାର ଶିଓ୍ୱାନ ଅଞ୍ଚଳକୁ ଚାଲିଯାଇଥିବା ଜଣାପଡିଥିଲା। ଏହାପରେ ସଦଳବଳ ଓଡ଼ିଶା ପୁଲିସ ବିହାର ଶିଓ୍ୱାନ ଜିଲ୍ଲାର କରୁଆ ଗାଁରେ ଚଢଉ କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଗଣିତ ମାଷ୍ଟରଙ୍କ ପାଖରୁ ପ୍ରିଣ୍ଟିଂ ମେସିନ, ବାଇକ, ସିନ୍ଦୁର, କାଚ ସହ କିଛି ନଗଦ ଟଙ୍କା ଜବତ କରିଛି ପୁଲିସ।

Related posts

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି

Odisha Halchal

ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ଉପରକୁ ଏସିଡ ମାଡ଼

Odisha Halchal

ମାନସ ସ୍ୱାଇଁକୁ ଅପହରଣ କରି ହତ୍ୟା କରିଥିବା ସ୍ୱୀକାର କଲା ମୁଖ୍ୟ ଅଭିଯୁକ୍ତ

Odisha Halchal

Leave a Comment