ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଅର କଟୁରୀ ଚୋଟରେ ବାପା ଓ ଖୁଡ଼ିଙ୍କ ସମେତ ୫ ଜଣ ଗୁରୁତର

ପୁଅର କଟୁରୀ ଚୋଟରେ ବାପା ଓ ଖୁଡ଼ିଙ୍କ ସମେତ ୫ ଜଣ ଗୁରୁତର

କଟକ/ଟାଙ୍ଗୀ(ବ୍ୟୁରୋ ଓଡିଶା ହାଲଚାଲ ):-ଯୁବକର ଉନ୍ମତ୍ତ କାଣ୍ଡ ଯୁବକର କଟୁରି ଚୋଟରେ ବାପା ଓ ଖୁଡ଼ିଙ୍କ ସମେତ ୫ ଜଣ ଗୁରୁତର ଆହତ । ଏଭଳି ଆତଙ୍କ ଖେଳାଇଥିବା ଯୁବକ ହେଉଛି ଟାଙ୍ଗୀ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ଗୁଆଳିଡିହ ଗ୍ରାମର ଶରତ ଚନ୍ଦ୍ର ମହାନ୍ତିଙ୍କ ବଡ଼ ପୁଅ ସୁରେଶ ମହାନ୍ତି । ସୁରେଶ ଦୁଇ ହାତରେ ଦୁଇଟି କଟୁରି ଧରି ଗାଁ ଭିତରକୁ ପଶିଥିଲା। ତାର ଖୁଡି ସୁକାନ୍ତି ମହାନ୍ତି ଘର ପାଖ ଗାଡ଼ିଆରେ ବାସନ ମାଜୁଥିବା ବେଳେ ସେ ତାଙ୍କ ପାଖକୁ ଯାଇ କଟୁରିରେ ହାଣିବାକୁ ଉଦ୍ୟମ କରିଥିଲା।

ଖୁଡି ବଞ୍ଚିବା ପାଇଁ ହାତ ଦେଖାଇଥିବା ବେଳେ ସେ ତାଙ୍କ ହାତକୁ ଚୋଟ ଉପରେ ଚୋଟ ପକାଇବାରୁ ଶରୀରରୁ ହାତ ଛିଡିଯାଇ ଗାଡ଼ିଆରେ ପଡ଼ିଥିଲା। ପରେ ସେ ତାର ବାପାଙ୍କୁ କଟୁରିରେ ହାଣିଥିଲା।ସେହି ସମୟରେ ତାର ସାମନାରେ ପଡ଼ିଥିବା ପଡ଼ୋଶୀ ପ୍ରମିଳା ବିଶ୍ୱାଳ ଓ ତାଙ୍କ ବୋହୂ ରଂଜୁ ବିଶ୍ବାଳଙ୍କୁ । ଆକ୍ରମଣରେ ପ୍ରମିଳାଙ୍କ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ରଂଜୁଙ୍କ କାନ ଛିଣ୍ଡି ଯାଇଛି। ଆହତ ମାନେ ଚିତ୍କାର କରିବାରୁ ଗାଁ ଲୋକେ ଏକାଠି ହୋଇ ଗୋଡ଼ାଇବାରୁ ସୁରେଶ ଲୁଚି ଯାଇଥିଲା।

ଖବରପାଇ ଟାଙ୍ଗୀ ପୁଲିସ୍ ଗାଁରେ ପହଞ୍ଚିବା ବେଳେ ସୁରେଶ ଫେରାର ହୋଇଯାଇଥିଲା। ସୁରେଶ ରାସ୍ତାରେ ‌ଯାଉଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବି ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଆହତମାନେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଅଭିଯୁକ୍ତ ସୁରେଶକୁ ଗିରଫ କରିବା ପାଇଁ ଟାଙ୍ଗୀ ଥାନା ଅଧିକାରୀଙ୍କ ନେତୃତ୍ବରେ ପୁଲିସ ଉଦ୍ୟମ ଚଳାଇଛି। ଅନ୍ୟପଟେ ଘଟଣା ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। କିନ୍ତୁ ସୁରେଶ ଧରା ପଡ଼ିନ ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପୁଲିସ ବି ବିଳମ୍ବିତ ରାତିରେ ଗାଁରେ ଜଗି ରହିଥିବା ସୂଚନା ମିଳିଛି।

Related posts

ଚାଇନାକୁ ଫେରିଲା କରୋନା: ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା

Odisha Halchal

ନିଜ ସ୍ବାମୀଙ୍କ ଉପରେ ଅଭିଯୋଗ ନେଇ ଏସପି ଙ୍କ ଦ୍ବାରସ୍ଥ

Odisha Halchal

ମଝି ରାସ୍ତାରେ ବୁଲିଲା ଖଣ୍ଡା

Odisha Halchal

Leave a Comment