ଅପରାଧଓଡ଼ିଶା ଖବରନ୍ୟୁଜ୍

ବାପାବି ନିଜ ଝିଅର ହେଲାନି

ବାପାବି ନିଜ ଝିଅର ହେଲାନି

କଳାହାଣ୍ଡି/ଲାଞ୍ଜିଗଡ଼(ବ୍ୟୁରୋ ଓଡିଶା ହାଲଚାଲ ):- ଝିଅକୁ ତାର ବାପା ବଳପୂର୍ବକ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବାପାକୁ ଜେଲ ଯିବାକୁ ପଡ଼ିଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ଯୁବକ ଗତ ୫ ମାସ ତଳେ ନିଜ ସ୍ତ୍ରୀ ଓ ଝିଅକୁ ନେଇ କେରଳ ରାଜ୍ୟକୁ କାମ କରିବାକୁ ଯାଇଥିଲା।

ସେଠାରେ ଏକ ମାସ ପରେ ତାର ୧୨ ବର୍ଷର ନାବାଳିକା ଝିଅକୁ ବଳପୂର୍ବକ ବାରମ୍ବାର ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କ ମା ଜାଣିପାରି ମାସେ ହେଲା ନିଜ ଘରକୁ ଚାଲି ଆସିଥିଲେ। ଏକଥା କାହା ଆଗରେ ପ୍ରକାଶ କରିନଥିଲେ।କିନ୍ତୁ ଗତ ୭ ଦିନ ହେଲା ଅଭିଯୁକ୍ତ ବାପା କେରଳରୁ ଘରକୁ ଆସିଥିଲା। ଆସିବା ପରେ ପୁଣି ଝିଅକୁ ନିଜ ଘରେ ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତା ସହିନପାରି ଲାଞ୍ଜିଗଡ଼ ଥାନାରେ ଗତକାଲି ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ କେସ ନଂ,୧୪ /୦୨.୦୩.୨୩ ରେ ଏକ ମାମଲା ରୁଜୁ କରି ଲାଞ୍ଜିଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଯାଇ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା।ଏନେଇ ପୀଡ଼ିତାର ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Related posts

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

Odisha Halchal

ଟ୍ରୁକଲର୍ ୟୁଜର୍ସଙ୍କୁ ବଡ ଝଟ୍‌କା, ଏବେ ଆପ୍‌ରୁ ବନ୍ଦ ହୋଇଯିବ ଏହି ଫିଚର୍

Odisha Halchal

ଜୁଆ ଆଡ୍ଡା ଉପରେ ଚଡାଉ

Odisha Halchal

Leave a Comment