ଅପରାଧଓଡ଼ିଶା ଖବରନ୍ୟୁଜ୍

ମଝି ରାସ୍ତାରେ ବୁଲିଲା ଖଣ୍ଡା

ମଝି ରାସ୍ତାରେ ବୁଲିଲା ଖଣ୍ଡା

ଜମି ବିବାଦକୁ ନେଇ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ । ଭୁବନେଶ୍ୱର ରସୁଲଗଡ଼ ଛକ ଠାରେ ଜଣେ ଯୁବକଙ୍କୁ ଏହି ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଯୁବକଙ୍କୁ ମଝି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଦୁବୃର୍ତ୍ତ ଖଣ୍ଡାରେ ଯୁବକଙ୍କ ହାଣି ଫେରାର ହୋଇଛି ।

ଗୁରୁତର ହୋଇଥିବା ଯୁବକ ଜଣଙ୍କ ବିମ୍ବାଧର ଜେନା ବୋଲି ଜଣା ପଡ଼ିଛି । ବିମ୍ବାଧରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ବିମ୍ବାଧର ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ରସୁଲଗଡ଼ ଛକରେ ଏକ ହୋଟେଲ ଅଛି । ତେବେ ଜମି ବିଦାଦକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣା ପଡ଼ିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Related posts

ସୈତାନ ସ୍ୱାମୀ ! ସ୍ତ୍ରୀକୁ ବାଡିରେ ପିଟି ପିଟି ମାରିଦେଲା

Odisha Halchal

ଓଡିଶାରୁ ଛତିଶଗଡରେ ମିଶିବେ ଜାମଲିପଡ଼ା ଗ୍ରାମବାସୀ

Odisha Halchal

ବହୁଦିନ ଧରି ଜଳ ସମସ୍ୟାରେ ଚାଷୀ,ଫସଲ ନକରି ପଡିଆ ପଡିଛି ଚାଷଜମି

Odisha Halchal

Leave a Comment