ଅପରାଧଓଡ଼ିଶା ଖବରନ୍ୟୁଜ୍

ନିଜ ସ୍ବାମୀଙ୍କ ଉପରେ ଅଭିଯୋଗ ନେଇ ଏସପି ଙ୍କ ଦ୍ବାରସ୍ଥ

ନିଜ ସ୍ବାମୀଙ୍କ ଉପରେ ଅଭିଯୋଗ ନେଇ ଏସପି ଙ୍କ ଦ୍ବାରସ୍ଥ

ମାଲକାନଗିରି:- (ରିପୋର୍ଟ :-କୃଷ୍ଣପଦ ରାୟ)ଜିଲ୍ଲାରେ ପୁଣି ଜଣେ ବିବାହିତ ମହିଳା ନିର୍ଯାତଣା ହେବାର ଅଭିଯୋଗ ନେଇ ପୋଲିସ ର ଦ୍ବାରସ୍ଥ ହୋଇଛନ୍ତି। କାଲିମେଳା ବ୍ଲକ ଏମପିଭି-୮୨ ଗ୍ରାମରେ ଗତ ୨୦୧୭ ମସିହାରେ ଏମଭି-୧୪ ଗ୍ରାମର ସୁପ୍ରିୟା ବେପାରୀ, ଏମଭି-୮୨ ଗ୍ରାମର ଅଶୋକ ବିଶ୍ୱାସଙ୍କୁ ବିବାହ କରିଥିଲେ। କିଛି ମାସ ପର୍ଯ୍ୟନ୍ତ ସବୁ ଠିକ ଠାକ୍ ରହିଥିଲା।

ଏବେ କିଛି ଦିନ ଧରି ସ୍ୱାମୀ ଅଶୋକ ଆଉ ଜଣେ ଝିଅକୁ ଭଲ ପାଇ ମୋତେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ସୁପ୍ରିୟା, ଯୌତୁକ ନିର୍ଯାତନା ଦେବା ସହ ସ୍ବାମୀ ଘରୁ ତଡି ଦେଇଥିବା ଅଭିଯୋଗ କରିଛନ୍ତି। ଏହା ମଧ୍ୟ ମହିଳା ଜଣେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସ୍ବାମୀ ଅଶୋକ ଯେଉଁ ଝିଅ କୁ ଭଲ ପାଉଛନ୍ତି ସେ ଏମଭି-୭୨ ଗ୍ରାମର ବୋଲି କହିଛନ୍ତି। ମୋ ସ୍ୱାମୀଙ୍କୁ ବ୍ଲାକମେଲ କରିବା ସହିତ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସୁପ୍ରିୟା।

ଯାହାଦ୍ବାରା ମୋ ସ୍ୱାମୀ ମୋତେ ଘରୁ ତଡି ଦେଇଛନ୍ତି।ମୋତେ ନ୍ୟାୟ ଦିଆଯାଉ କହି ଏସପିଙ୍କ ଦ୍ବାରସ୍ଥ ହୋଇ ଗୁହାରି ଜଣାଇଛନ୍ତି ସୁପ୍ରିୟା । ଏନେଇ ପୂର୍ବରେ ମୋଟୁ ଥାନାରେ ମଧ୍ୟ ଏତଲା ଦିଆଯାଇଥିବା କହିଛନ୍ତି।,କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାରଣରୁ ପୁଣି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁପ୍ରିୟା। ତେବେ ସୁପ୍ରିୟା ଏଥର ନ୍ୟାୟ ପାଇବେ ବୋଲି ଆଶାବାଦୀ ଅଛନ୍ତି।

Related posts

ରାତି ୧୨ଟାରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିଲେ ଯୁବକ,ସାହାର୍ଯ୍ୟ ପାଇଁ ପଚାରିବାରୁ କରିଦେଲେ ମନା,ଭିଡ଼ିଓ ଭାଇରାଲ

Odisha Halchal

ଉପନିର୍ବାଚନ ପାଇଁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ

Odisha Halchal

ନକଲି ମଦ କାରଖାନା ଉପରେ ଚଢାଉ

Odisha Halchal

Leave a Comment