ଓଡ଼ିଶା ଖବରନ୍ୟୁଜ୍

132/33 Kv ବିଦ୍ୟୁତ ସବ ଗ୍ରୀଡ଼ ଲୋକାର୍ପଣ

132/33 Kv ବିଦ୍ୟୁତ ସବ ଗ୍ରୀଡ଼ ଲୋକାର୍ପଣ

ସୁବର୍ଣ୍ଣପୁର:-(ରିପୋର୍ଟ:-ମଣ୍ଟୁ ମନ୍ତ୍ରା)ବୀମହାରାଜପୁର ର ଲାତୁରପେଟ ଠାରେ ଆଜି ୧୩୨/୩୩ କେଭି ବିଦ୍ୟୁତ୍ ସବ୍ ଗ୍ରିଡ୍ ଷ୍ଟେସନ ଲୋକାର୍ପଣ ହୋଯାଇଛି। ଏହାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।

ଫଳରେ ବୀରମହାରାଜପୁର ସବଡିଭିଜନର ଉଲୁଣ୍ଡା , ସୁବଳୟା ଓ ବୀରମହାରାଜପୁର ଅଞ୍ଚଳ ର ପାଖାପାଖି ୩୦,୦୦୦ ରୁ ଉର୍ଦ୍ଧ ସାଧାରଣ ଲୋକ ଓ ଚାଷୀ ଉପକୃତ ହେବେ। ଏହି ବିଦ୍ୟୁତ୍ ସବ୍ ଗ୍ରିଡ୍ ଷ୍ଟେସନ ନିର୍ମାଣ ରେ ୪୦କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି । ଏହି କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପରା ଠେଲା , ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ର ବହୁ ଲୋକ ମଧ୍ୟ ଉପସ୍ଥିତ ଥିଲେ। ଏହି ବିଦ୍ୟୁତ୍ ସବ୍ ଗ୍ରିଡ୍ ଷ୍ଟେସନ ଦ୍ଵାରା ଅଞ୍ଚଳର ଲୋକ ଉପକୃତ ହେବେ ବୋଲି ବିଧାୟକ କହିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ।
ବାଇଟ -୧- ପଦ୍ମନାଭ ବେହେରା, ବିଧାୟକ , ବୀରମହାରାଜପୁର ସୁବର୍ଣ୍ଣପୁର ରୁ ମଣ୍ଟୁମନ୍ତ୍ରା ଙ୍କ ରିପୋର୍ଟ

Related posts

ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀଙ୍କ ବାଜିମାତ୍

Odisha Halchal

ସଞ୍ଜୁକ୍ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଶ୍ରୀକାନ୍ତ !

Odisha Halchal

ଲୋକେ ହେଲେ ଛାନିଆ, ସାମ୍ନାକୁ ଆସିଲେ ସୁପରଷ୍ଟାର୍‌ଙ୍କ ଡୁପ୍ଲିକେଟ୍‌

Odisha Halchal

Leave a Comment