ଓଡ଼ିଶା ଖବରନ୍ୟୁଜ୍

ସୁବର୍ଣ୍ଣପୁର ଜିଲ୍ଲାର ଶିଶୁ ଗୃହ ମୁଖ୍ୟଙ୍କ ବିରଳ ରକ୍ତ ଦାନ

ସୁବର୍ଣ୍ଣପୁର ଜିଲ୍ଲାର ଶିଶୁ ଗୃହ ମୁଖ୍ୟଙ୍କ ବିରଳ ରକ୍ତ ଦାନ

ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ 38ନଂ ବେଡ ରେ କିଡ଼ିନି ରୋଗରେ ଚିକିତ୍ସା ହେଉଥିବା ରମେଶ ବଗର୍ତ୍ତି ଙ୍କୁ ବିରଳ ରକ୍ତ A- ଆବଶ୍ୟକ ହୋଇ ଥିଲା ।

ଏ ବିରଳ ରକ୍ତ ର ଆବଶ୍ୟକ ପୂରଣ କରିବା ହେତୁ ଜିଲ୍ଲା ପୋଲିସ ରକ୍ତ ସଂୟୋକକ ତଥା ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ଙ୍କ ପ୍ରଚେଷ୍ଟା ରେ ଜିଲ୍ଲା ମୁଖ୍ୟ ଶିଶୁ ଗୃହ ର ମୁଖ୍ୟ ଦାୟିତ୍ଵ ନିର୍ବାହ କରୁଥିବା ସୁଜାତା ବେହେରା ରକ୍ତ ଦାନ କରି ଜୀବନ ରକ୍ଷା କରିବା ସକାଶେ ଆଗେଇ ଆସି ସଙ୍କଟାପର୍ଣ୍ଣ ରୋଗୀ କୁ ଉପଯୁକ୍ତ ସମୟ ରେ ରକ୍ତ ଦାନ କରି ଜୀବନ ରକ୍ଷା କରିଛନ୍ତି ।

ସୁଜାତା ବେହେରା ଙ୍କ ଏପରି କାର୍ଯ କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ତଥା ଅନ୍ୟାନ୍ୟ ସମାଜ ସେବୀ ସଂଗଠନ ତରଫରୁ ଶୁଭେଛା ପ୍ରଦାନ୍ କରିବା ସହିତ ସୁଜାତା ଙ୍କ ଆଗାମୀ ଦିନ ସୁଖମୟ କାମନା କରିଛନ୍ତି ଓ ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ତାଙ୍କୁ ଉତ୍ତରୀୟ ପ୍ରଦାନ୍ କରିଚନ୍ତି।ପ୍ରକାଶ ଥାଉ ଜିଲ୍ଲା ରେ ଏବେ ରକ୍ତ ର ଅଭାବକୁ ଦୁର କରିବା ସକାଶେ ଜିଲ୍ଲା ପୋଲିସ ମେଗା ରକ୍ତଦାନ ଶିବିର ଆୟୋଜନ କରି ଆସୁଛି ।

Related posts

ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ତରଫରୁ ପତକା ଉତ୍ତୋଳନ

Odisha Halchal

ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା, ଓଲଟିଲା ବାଜା ପାର୍ଟି ପିକଅପ୍‌ ଗାଡ଼ି, ୯ ଗୁରୁତର

Odisha Halchal

କଣ ରହିଛି ଭୋଗରାଇ ରାଜନୀତି ପାଣିପାଗ

Odisha Halchal

Leave a Comment