ଓଡ଼ିଶା ଖବରନ୍ୟୁଜ୍

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ମନ୍ତ୍ରୀଙ୍କ ରାୟଗଡା ଗସ୍ତ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ମନ୍ତ୍ରୀଙ୍କ ରାୟଗଡା ଗସ୍ତ

ରାୟଗଡା :-(ରିପୋର୍ଟ :-ପ୍ରସାଦ ସାହୁକାର )ଜିଲ୍ଲା ପରିଷଦ ସଭାଗୃହ ରାୟଗଡ଼ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସାମାଜିକ ସୁରକ୍ଷା ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକଚନ୍ଦ୍ର ପଣ୍ଡା, ଅନୁସୂଚିତ ଜନଜାତି ଓ ଅନିସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତଥା ଆଇନ ବିଭାଗ ଶ୍ରୀ ଜଗନ୍ନାଥ ସାରକା, ମାନ୍ୟବର ବିଧାୟକ, ରାୟଗଡ଼ ଶ୍ରୀ ମକରନ୍ଦ ମୁଦୁଲି ଓ ମାନ୍ୟବର ବିଧାୟକ, ଗୁଣୁପୁର ଶ୍ରୀ ରଘୁନାଥ ଗମାଙ୍ଗୋ, ମାନ୍ୟବର ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରୀ ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ସୁଶ୍ରୀ ସରସ୍ଵତୀ ମାଝି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ଅନୁସୂୟା ମାଝି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଶ୍ରୀ ଭାସ୍କର ଜ୍ଯୋତି ଶର୍ମା, ଜିଲ୍ଲାପାଳ ରାୟଗଡ଼, ଶ୍ରୀମତୀ ସ୍ଵଧା ଦେବ ସିଂ, ମାନ୍ୟବର ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ରଶ୍ମି ରଞ୍ଜନ ସାହୁ, , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ, ରାୟଗଡ଼ ଶ୍ରୀ ଭୀମସେନ ସବର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଲାଲମୋହନ ରାଉତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ଗମାଙ୍ଗୋ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣୁପୁର, ଶ୍ରୀ ଏଲ. ସନ୍ତୋଷ କୁମାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଅଧିକାରୀ ପୌରପରିଷଦ, ରାୟଗଡ଼ ଓ ଗୁଣୁପୁର, ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଗୁଡାରି, ସମସ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ । ଉକ୍ତ ସଭାରେ ଜିଲ୍ଲାପାଳ, ରାୟଗଡ଼ଙ୍କ ସଭାପତିତ୍ଵରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକଚନ୍ଦ୍ର ପଣ୍ଡା ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ କିଭଳି ସରକାନରଙ୍କ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବ ସେ ବିଷୟରେ ତାଗିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟର କନିଷ୍ଠ କିରାଣୀ ମାନେ ଯଥା ଶ୍ରୀମତୀ ଶିଳ୍ପିକ। ମହାନ୍ତି, ଶ୍ରୀ ବସନ୍ତ କୁମାର ପୋଲାଇ, ଶ୍ରୀ ସୋମନାଥ ମହାରଣା ଓ ଶ୍ରୀ ଟି. ପ୍ରସାଦ ରାଓ, ଶ୍ରୀ ରାଜେଶ ରେଡ୍ଡୀ, ଡି. ପି . ଏ ସହଯୋଗ କରିଥିଲେ।

Related posts

୬ ଦଫା ଦାବୀ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

Odisha Halchal

ବ୍ରାହ୍ମଣ ସମାଜର ନଗର ସମ୍ମିଳନୀ

Odisha Halchal

ସରକାରୀ ଚାକିରିରେ ୨.୨୬ ଲକ୍ଷ ପଦବୀ ଫାଙ୍କା, ତଥାପି ନିଯୁକ୍ତି ନାହିଁ

Odisha Halchal

Leave a Comment