ଓଡ଼ିଶା ଖବରନ୍ୟୁଜ୍

ଏମ୍ ପି ଭି -୧୨ ଗ୍ରାମରେ ଫୁଟବଲ ଖେଳ

ଏମ୍ ପି ଭି -୧୨ ଗ୍ରାମରେ ଫୁଟବଲ ଖେଳ

କାଲିମେଳା:-(ରିପୋର୍ଟ – ସୁକୁମାର ମଣ୍ଡଳ)।ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ଦାପାଲ୍ଲୀ ଗ୍ରାମ ପଞ୍ଚାୟତର ଏମ୍ ପି ଭି ୧୨ ଗ୍ରାମରେ ଫୁଟବଲ ଖେଳର ଉତଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଖେଳ ବର୍ତ୍ତମାନ ସମୟର ଯୁବପିଢି ତଥା ସାଧାରଣ ଲୋକମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ବିଶେଷ କରି ଫୁଟବଲ ଖେଳ କଥା ପଡ଼ିଲେ ଲୋକମାନଙ୍କ ମଧ୍ୟରେ ଖେଳ ଦେଖିବା ପାଇଁ ଚହଳ ପଡିଯାଇଥାଏ।

ସେଇଥିପାଇଁ ତ ଆଜି ଫୁଟବଲ ଖେଳ ଦେଖିବା ପାଇଁ ଆଖପାଖ ଗ୍ରାମରୁ ପାଖାପାଖି ୨୦୦୦ ଲୋକ ଏମ୍ ପି ଭି ୧୨ ଗ୍ରାମରେ ଏକତ୍ରିତ ହୋଇଥିଲେ। ଏହି ବାସନ୍ତୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜିର ମୂଖ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ କାଲିମେଳା ବ୍ଲକ ଚେୟାରମେନ ଶ୍ରୀମତୀ ସୁବାସିନୀ ସୋଡି,ଏସ ଡି ସି ଚେୟାରପରସନ ମାଲକାନଗିରି ଏବଂ ଯୁବମୋର୍ଚ୍ଚା ପ୍ରେସିଡେଣ୍ଟ ବିଜେଡି ଶ୍ରୀଯୁକ୍ତ ଆଡମା ରାବା, ପୂର୍ବତନ ଏମ୍ ଏଲ ଏ ଶ୍ରୀଯୁକ୍ତ ମୁକୁନ୍ଦ ସୋଡି,ମାନ୍ଦାପାଲ୍ଲୀ ସମିତି ସଭ୍ୟା ଶ୍ରୀମତୀ କାଞ୍ଚନ ମଣ୍ଡଳ ଓ ମାନ୍ଦାପାଲ୍ଲୀ ସରପଞ୍ଚ ଶ୍ରୀଯୁକ୍ତ ଇନ୍ଦ୍ରଜିତ ପଡିଆମି । ଏହି ଖେଳରେ ସର୍ବମୋଟ ଆଠଟି ଦଳ ଅଂଶଗ୍ରହଣ କରିଛି।

ତନ୍ମଧ୍ୟରୁ ଆଜିର ପ୍ରଥମ ଦିନର ଖଳରେ ଆର୍ ଆର୍ ଓ କଲୋନୀ ମାଲକାନଗିରି ଭରସେସ ପ୍ରଫୁଲ୍ଲ ନଗର ଏମ୍ ଭି ୮୮ ଅଂଶଗ୍ରହଣ କରିଛନ୍ତି।ରେଫରୀ ଭାବରେ ମାଲକାନଗିରି ଜିଲ୍ଲାର ସୁନାମଧନ୍ୟ ରେଫରୀ ଶ୍ରୀ ଶଙ୍କର ଖିତୀ ଅଂଶଗ୍ରହଣ କରିଛନ୍ତି। ଆଜି ଖେଳରେ ମାଲକାନଗିରି ଜିଲ୍ଲାର ଦୁଇ ଗୋଟି ଅନୁଭବି ଦଳ ଖେଳିଥିବା ଯୋଗୁଁ ଖେଳକୁ ଉପଭୋଗ କରିବାକୁ ଏମ୍ ପି ଭି ୧୨ ଗ୍ରାମର ଖେଳ ପଡିଆ ଜନ ସମୁଦ୍ରରେ ପରିଣତ ହୋଇଥିଲା।

ଏହି ଖେଳରେ ଖେଳାଳି ମାନଙ୍କ ପାଇଁ ଆକର୍ଷଣୀୟ ଉପହାର ସବୁ ରଖାଯାଇଛି।ଉଇନର ଦଳ ପାଇଁ ୧୮୦୦୦ ଟଙ୍କା ସହିତ ଟ୍ରଫି ଏବଂ ରନର ଦଳ ପାଇଁ ୧୫୦୦୦ ଟଙ୍କା ସହିତ ଟ୍ରଫି ପ୍ରାଇଜ ପ୍ରଦାନ କରାଯିବ। ଏହି ଖେଳରେ ଉପସ୍ଥିତ ହୋଇଥିବା ମୂଖ୍ୟ ଅତିଥି ମାନେ ଖେଳାଳି ମାନଙ୍କୁ ଉତ୍ସାହ ଯୋଗାଇବା ପାଇଁ ସେମାନଙ୍କ ବହୁମୂଲ୍ୟ ସମୟ ଏଠାରେ ଅତିବାହିତ କରିବା ସହ ଖେଳ ଦ୍ଵାରା କିପରି ଲୋକମାନଙ୍କ ମନରେ ଭାଇଚାରା ସୃଷ୍ଟି ‌ହେଉଛି ତାହା ବର୍ଣ୍ଣନା କରିଥିଲେ।

Related posts

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

Odisha Halchal

୨୫ ବର୍ଷର ଜନବସତି ପରେ ମଧ୍ୟ ସଂଘର୍ଷମୟ ଜୀବନ କାଟୁଛନ୍ତି ୧୦ ଟି ସାପୁଆକେଲା ପରିବାର

Odisha Halchal

ଶିଉନି ଗ୍ରାମରେ ଶିଉନି ଚାମ୍ପିୟାନ କପ ଫୁଟବଲ

Odisha Halchal

Leave a Comment