ଓଡ଼ିଶା ଖବରକୋରନାନ୍ୟୁଜ୍ବିଶେଷ ଖବର

ପୁଣି ଥରେ ମହାମାରୀ କୋରନାର ପ୍ରକୋପ

ପୁଣି ଥରେ ମହାମାରୀ କୋରନାର ପ୍ରକୋପ

ପୁଣି ଥରେ ମହାମାରୀ କୋରନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାର ଲାଗିଛି । ଫଳରେ ଗତ ୨୪ ଘଣ୍ଟାରେ ୫.୩୭ ଲକ୍ଷ ଲୋକ ନୂଆ ସଂକ୍ରମିତ ହୋଇଛନ୍ତି । ଯେଉଁଥିରେ ଭାରତ ମଧ୍ୟ ସାମିଲ ଅଛି । ତେବେ କରୋନାର ନୂଆଭାରିଆଣ୍ଟ ବିଏଫ୍.୭ରେ ଭାରତ ରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।ଫଳରେ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିବାର ଲାଗିଛି ।

ତେବେ କରୋନାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ଯେଉଁଥିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଭାରତରେ ବର୍ତ୍ତମାନ ୦.୧୯ ପ୍ରତିଶତ ସଂକ୍ରମଣ ରହିଛି । ତେଣୁ  ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ବିଭାଗକୁ କରୋନା ପ୍ରୋଟକଲର ପାଳନ କରିବା ସହ କୌଣସି ବି ପରିସ୍ଥିତିରେ କରୋନା ମହାମରୀରୁ ମୁକୁଳିବା ପାଇଁ ସଜାଗ ରହିବାକୁ କୁହାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ କରୋନା ସମ୍ବନ୍ଧୀୟ ଅନେକ ପ୍ରସଙ୍ଗକକୁ ନେଇ ସ୍ୱାସ୍ଥ୍ୟ ବିଭାବ ସହ ଆଲୋଚନା କରିଛନ୍ତି । କୁହାଯାଉଛି ଯେ  ବର୍ତ୍ତମାନ ସ୍ଥିତି, ନୂତନ ଭାରିୟାଣ୍ଟ ଦ୍ୱାରା କେତେ ବିପଦ ଅଛି ଏବଂ  ସଂକ୍ରମଣ ବିସ୍ତାର ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେନେଇ ବିସ୍ତୃତ ଭାବେ ଆଲୋଚନା କରିବେ । ବୈଠକ ପରେ  ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି ବୋଲି ଆଶା କରାଯାଉଛି । ଏଥିସହିତ ଅନ୍ୟ ରାଜ୍ୟମାନଙ୍କୁ ସତର୍କ ରହିବାକୁ କୁହାଯାଇଥିଲା।

ତେବେ ସରକାରଙ୍କ ଏହି ଜରୁରୀ କାଳୀନ ବୈଠକ ପରେ କେଉଁ ଗୁରୁତ୍ୱପୂର୍ଣ୍ଣ କଥା ଘୋଷଣା କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏତିସହିତ ଏହି କଂକ୍ରମଣକୁ ରୋକିବା ପାଇଁ ଲକଡାଉନ ପୁଣି ଫେରିବ କି ନାହିଁ ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗି ରହିଥିବା ବେଳେ ସରକାର କେଉଁ ନିଷ୍ପତ୍ତି ନେବେ ତାହା ଦେଖିବାକୁ ବାକି ରହିଲା ।

Related posts

ଅଟକି ଥିବା ଟ୍ରକ୍କ କୁ ପିଟିଲା ସ୍କର୍ପିଓ

Odisha Halchal

କୋଇଡାରେ ଚଳିତ ବର୍ଷରେ ଦ୍ଵିତୀୟ ତୁଷାର ପାତ

Odisha Halchal

ଦୁର୍ଘଟଣା ସବୁ ଖୁସି ଛଡାଇ ନେଲା

Odisha Halchal

Leave a Comment