ଓଡ଼ିଶା ଖବରନ୍ୟୁଜ୍

ମା ଭଗବତୀଙ୍କ ପ୍ରଥମ ଭଜନ ଉନ୍ମୋଚନ

ମା ଭଗବତୀଙ୍କ ପ୍ରଥମ ଭଜନ ଉନ୍ମୋଚନ

କଟକ :-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ)ମାହାଙ୍ଗା ପଲିସାହିସ୍ଥିତ ବୋହୁ ପୁରାତନ ମା ଭଗବତୀଙ୍କ ପୀଠ ରେ ଆଜି ମାଙ୍କ ଏକ ଭଜନ କ୍ୟାସେଟ୍ ଉନ୍ମୋଚିତ ହୋଇଯାଇଛି।

ଭାରତୀ କ୍ରିଏସନ୍ ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ଗୀତଗୁଡ଼ିକ ଲେଖିଛନ୍ତି ଗୀତିକାର ପ୍ରଫୁଲ୍ଲ କୁମାର ବାରିକ୍, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମଥ ମିଶ୍ର, କଣ୍ଠଦାନ କରିଛନ୍ତି ଦିପ୍ତିରେଖା, କୁମାର ବାପି, ରବୀନ୍ଦ୍ର ମହାପାତ୍ର, ପ୍ରଯୋଜନା କରିଛନ୍ତି ଅଜିତ୍ କୁମାର।

ଆଜି କୋଭିଡ କଟକଣାକୁ ମାନି ବେଶ୍ ନିରାଡମ୍ବର ଭାବରେ ମାଙ୍କ ପୀଠରେ ଏହି କ୍ୟାସେଟ୍ ର ପ୍ରଥମ ଭଜନ ‘ ଆଣ୍ଠୁ ମାଡ଼ି ବସିଥା ‘ ର ରିଲିଜ୍ କରାଯାଇଛି। ଏହି ଗୀତଗୁଡ଼ିକର ସଫଳତାକୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭଜନଗୁଡ଼ିକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ବେଶ୍ ଉତ୍ସାହିତ ଅଛନ୍ତି।

Related posts

ପୁଣି ବାଧ୍ୟତାମୂଳକ ହୋଇପାରେ ମାସ୍କ ପିନ୍ଧିବା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Odisha Halchal

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ରେ ହରିଶଙ୍କର ଠାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା

Odisha Halchal

ଧର୍ମପରାୟଣ ମହିଳାଙ୍କ ପରଲୋକ

Odisha Halchal

Leave a Comment