ଅପରାଧଓଡ଼ିଶା ଖବରନ୍ୟୁଜ୍

ଜମିବାଡ଼ି ବିବାଦରୁ ହତ୍ୟା, ଅଭିଯୁକ୍ତ ବାପା ଓ ଦୁଇ ନାବାଳକ ପୁଅ ଗିରଫ

ଜମିବାଡ଼ି ବିବାଦରୁ ହତ୍ୟା, ଅଭିଯୁକ୍ତ ବାପା ଓ ଦୁଇ ନାବାଳକ ପୁଅ ଗିରଫ

ବିଲ ବାଡି ଝଗଡ଼ାକୁ ନେଇ ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ । ବିଲରେ ଜଣଙ୍କୁ ଠେଙ୍ଗାରେ ପିଟିପିଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଶ୍ରୀମନ୍ତପୁର ଗ୍ରାମରେ ଏପରି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର ଗଙ୍ଗାଧର ପ୍ରଧାନ । ଗଙ୍ଗାଧର ଏବଂ ତାଙ୍କ ଗ୍ରାମ ନିକଟସ୍ଥ କୁଶଗୋଡା ଗ୍ରାମର ଶେଷଦେଵ ଦେହୁରୀଙ୍କ ପରିବାର ମଧ୍ୟରେ ବିଲ ବାଡିକୁ ନେଇ ଶତ୍ରୁତା ରହିଥିଲା । ଏହାକୁ ନେଇ ଗତ କିଛିଦିନ ପୂର୍ବେ ଗଣ୍ଡଗୋଳ ଥାନାକୁ ଯାଇଥିଲା । ଉଭୟ ପରିବାର ଛକା ପଞ୍ଝା ହୋଇ ରହିଥିଲେ।

ରବିବାର ଗଙ୍ଗାଧର ବିଲକୁ ଯାଉଥିବା ସମୟରେ ଶେଷ ଦେହୁରୀ ଓ ତାଙ୍କର ଦୁଇ ନାବାଳକ ପୁଅ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ । ଠେଙ୍ଗାରେ ବାପ ପୁଅ ମିଶି ଅତି ନିର୍ମମ ଭାବେ ପିଟି ପକାଇଥିଲେ । ଘଟଣାସ୍ଥଳରେ ଗଙ୍ଗାଧର ଟଳିପଡିବା ସମୟରେ ଗ୍ରାମବାସୀଙ୍କୁ ଦେଖି ବାପପୁଅ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ଗଙ୍ଗାଧରଙ୍କୁ ମୁର୍ମୂଶୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ମାତ୍ର ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ।

ତେବେ ପରିବାର ଲୋକେ ଆଜି ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ଫରନ୍ସିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ହତ୍ୟାକାଣ୍ଡର ଅଭିଯୁକ୍ତ ଶେଷଦେଵ ଦେହୁରୀ ଓ ତାର ଦୁଇ ନାବାଳକ ପୁଅଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ।

Related posts

ଫେସବୁକରେ ଲାଇଭ କରି ଆତ୍ମହତ୍ୟା

Odisha Halchal

ବିଦ୍ୟୁତ୍ ବିଭାଗ ଅବହେଳା

Odisha Halchal

ନବରଙ୍ଗପୁର ରେ ଥମୁନି କଳା ସାମ୍ରାଜ୍ୟର କାରବାର

Odisha Halchal

Leave a Comment