ଓଡ଼ିଶା ଖବରନ୍ୟୁଜ୍

ବ୍ଲକସ୍ତରୀୟ ଫୁଟବଲ ମ୍ୟାଚ ଶେଷ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ ) କୋମନା ବ୍ଲକ ସ୍ଥିତ ବୁଦ୍ଧିକୋମନା ଗ୍ରାମ ପଞ୍ଚlୟତ ରେ ଆଜି ଫାଇନାଲ ମ୍ୟାଚ ଫୂଟବଲ ସମାପନ ହୋଇଛି। l ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବୁଦ୍ଧିକୋମନା ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିବେକାନନ୍ଦ ମହାନ୍ତି ଯୋଗଦେଇଥିଲେ ଓ ଭାରତୀୟ ସେନା ବିଭାଗର ଅବସର ପ୍ରାପ୍ତ ଯବାନ ଭୁବନ ବାଗ ଓ ସୁଶାନ୍ତ କ୍ଷତ୍ରୀ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ l

ଏଥିରେ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ 11-11-2022 ତାରିଖ ରୁ ଆରମ୍ଭ ହୋଇ 14-11-2022 ଶେଷ ହୋଇଛି । ଆଜିର ଫାଇନାଲ ମ୍ୟାଚ ରେ ମାଲପଡ଼ା ଓ ସିହିନା ମୁଣ୍ଡା ଦୁଇ ଦଳ ଭିତରେ ଘମାଘୋଟ ଖେଳ ହୋଇଥିଲା । ଏଥିରେ ମାଲପଡ଼ା ଗୋଟିଏ ଗୋଲ ରେ ବିଜୟୀ ହୋଇଥିଲା, ବିଜେତା ଓ ଉପ ବିଜେତା ଦଳ କୁ ଟ୍ରଫି ଓ ବିଜୟ ରାସି ଅତିଥି ଗଣ ପ୍ରଦାନ କରିଥିଲେ ।

ଖେଳ ପାରିଚାଳନା କରିଥିଲେ ରାଧେ କରୁଆ ତାଙ୍କୁ ସହଯୋଗ କରିଥିଲେ ଶିବ ପ୍ରସାଦ ପଣ୍ଡା ଓ କ୍ଷୀରସିସ ଶବର ଶେଷରେ ମାଁ ବାସ୍ତଣୀ ଫୂଟବଲ କ୍ଳବ ସଭାପତି ଭାବଗ୍ରାହୀ ପଣ୍ଡା ଉପସଭାପତି ବୁଟି ଶବର, ସମ୍ପାଦକ ଜଳଧର ଶବର ଓ ମାଁ ବାସ୍ତ୍ରାଣୀ କ୍ଳବ ର ସବୁ ସଦସ୍ୟ ସହଯୋଗ କରିଥିଲେ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟରସାଇକେଲ ଚାଳକଙ୍କର ମୃତ୍ୟୁ

Odisha Halchal

ନାଏବ ସରପଞ୍ଚ ନିର୍ବାଚନରେ ହିଂସା

Odisha Halchal

ଆସନ୍ତା ୩ରୁ ରାଜ୍ୟରେ ପୁଣି ବର୍ଷା

Odisha Halchal

Leave a Comment