ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବରିଷ୍ଠ କଳାକାର ସଂଘର ପ୍ରଥମ ବାର୍ଷିକ ଉତ୍ସବ

ବରିଷ୍ଠ କଳାକାର ସଂଘର ପ୍ରଥମ ବାର୍ଷିକ ଉତ୍ସବ

ଗଞ୍ଜାମ :-(ରିପୋର୍ଟର:-ମଦନମୋହନ ବିଶ୍ବାଳ)ବରିଷ୍ଠ କଳାକାର ସଂଘର ବେଲଗୁଣ୍ଠ। ପଞ୍ଚାୟତ ସମିତି ଶାଖା ତରଫରୁ ଗୋଵରା ବୈକୁଣ୍ଠନାଥ ସ୍ଵାମୀ ମନ୍ଦିର ପରିସରରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ଉତ୍ସବକୁ ସୋରଡ଼ା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବେଳାଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି କୁଞ୍ଜବିହାରୀ ନାୟକ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡଃ ତିରୁପତି ସାହୁ, ଗଞ୍ଜାମ ଜିଲ୍ଲା ଵରିଷ୍ଠ କଳାକାର ସଂଘର ସଭାପତି ଦୃଗାପ୍ରସାଦ ଆଚାର୍ଯ୍ୟ,ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ବ୍ରହ୍ମପୁର ମଞ୍ଚ ନିର୍ଦ୍ଦେଶକ ଦେବେନ୍ଦ୍ର ଶର୍ମା,ସୁରେନ୍ଦ୍ର ସ୍ଵାଇଁ, ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ସରପଞ୍ଚ ସୁପ୍ରଭା ନାୟକ, ସମିତି ସଭ୍ୟ ବିଭୁପାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟା ପୂର୍ଣ୍ଣଵାସୀ ନାୟକ, ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

ଗଞ୍ଜାମ ଜିଲ୍ଲାର ସମ୍ପାଦକ ଶ୍ରୀଯୁକ୍ତ ସାହୁ କଳାକାର ମାନଙ୍କର ବିଭିନ୍ନ ଦାବି ତଥା ସମସ୍ୟା ଉପରେ ଆଲୋକପାତ କରି ବିଧାନ ସଭାରେ ଉତଥାପନ କରିବାକୁ ବିଧାୟକ ଶ୍ରୀଯୁକ୍ତ ସ୍ଵାଇଙ୍କୁ ଅନୁରୋଧ କରିଥିଲେ । ବରିଷ୍ଠ କଳାକାର ତଥା ମନ୍ଦିର ବିନ୍ଧାଣି ବିଶ୍ବନାଥ ମହାରଣାଙ୍କୁ ବିଧାୟକ ଶ୍ରୀଯୁକ୍ତ ସ୍ଵାଇଁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଥିଲେ ।କାର୍ଯ୍ୟକ୍ରମକୁ ବେଲ୍ଲଗୁଣ୍ଠା ଶାଖା ସଭାପତି ପ୍ରଶାନ୍ତ କୁମାର ଜେନା ସଂଯୋଜନା କରିଥିବା ବେଳେ ଶାଖା ସମ୍ପାଦକ ରଞ୍ଜିତ ପାତ୍ର ସଂଘର ବିବରଣୀ ପାଠ କରିଥିଲେ ।

ପ୍ରଦୀପ କୁମାର ମଳିକ ଓ ସାଥି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ପଞ୍ଚାୟତ ସମିତି ସଂଯୋଜକ ଇଶ୍ଵର ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ । ‍ ‍ ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର କଳାକାର ମାନଙ୍କର ଏକ ସ୍ଵତନ୍ତ୍ର ଅଧିବେଶନ ବସି ଗଞ୍ଜାମ ଜିଲ୍ଲା ଓ ବେଲଗୁଣ୍ଠା ପଞ୍ଚାୟତ ସମିତିର କଳାକାରଙ୍କ ବିଭିନ୍ନ ସମସ୍ୟା ଉପରେ ପୁଖାନୁପୁଙ୍ଖ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମରେ ,ଶିବରାମ ରାଉତ, ନାରାୟଣ ଗୈାଡ, ସୁରେନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ଗୈାଡ, ଯୁରେଶ୍ଵର ଲେଙ୍କା ପ୍ରମୁଖ ସମସ୍ତ ପ୍ରକାର ଆୟୋଜନ କରିଥିଲେ ।

Related posts

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଓ ସମାବେଶ

Odisha Halchal

ମହୁମାଛି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

Odisha Halchal

ପୂର୍ବତନ ଉପବାଚସ୍ପତିଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

Odisha Halchal

Leave a Comment