ଓଡ଼ିଶା ଖବରନ୍ୟୁଜ୍

ଶିଶୁ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା

ଶିଶୁ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା

ଗୁଣୁପୁର:-(ରିପୋର୍ଟ:-କାହ୍ନୁ ଚରଣ ପାଢ଼ୀ)ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ରେ ଆଜି ଶିଶୁ ଦିବସ ପାଳନ ଅବସରରେ ଏଠାର ଅନ୍ତେବାସୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା

।ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ୧୦୦ ମିଟର ଓ ୫୦ ମିଟର ଦୌଡ଼, ଅଖା ଦୌଡ଼, ଲେମ୍ବୁ ଚାମଚ, ବେଙ୍ଗ ଡିଆଁ, ଉଚ୍ଚ ଓ ଲମ୍ବ ଡିଆଁ, ସଙ୍ଗୀତ, ନୃତ୍ୟ, କୁଇଜ ଓ ବକୃତା ପ୍ରତିଯୋଗିତା କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ପୁରସ୍କାର ବିତରଣ ଉତ୍ସବରେ ୱାର୍ଡ ସଭ୍ୟ ଗୌର ସେନାପତି, ବନରକ୍ଷୀ ରାଜୁ ଶବର, ନରସିଂହନାଥ ମହାନ୍ତି, କାହ୍ନୁଚରଣ ପାଢ଼ୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts

ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

Odisha Halchal

ଡିମିରିପଲ୍ଲୀରେ ଗୋ-ଚିକିତ୍ସା ଶିବିର

Odisha Halchal

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Odisha Halchal

Leave a Comment