ସମ୍ବଲପୁର ଲଜପତ ରାୟ ଲ କଲେଜର ପାଣ୍ଠିକୁ ଚଂଚକତା କରି ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ଟ୍ରାନ୍ସଫର କରିଥିବା ଅଭିଯୋଗରେ ଏତଲା ଦେଇଛି ସଂଘ ।ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତିଙ୍କ ନାଁରେ ଥାନାରେ ଏତଲା ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ସଂଜିବ ମିତ୍ତଲଙ୍କ ନାଁରେ ଏତଲା ଦେଲା ଲଜପତ ରାୟ ଲ କଲେଜର ଆଲୁମିନି ଆସୋସିଏସନ ।ସେଲ୍ଫ ଫାଇନନ୍ସି ଅର୍ଥ, କସନ ମନି ପରି କଲେଜରେ ଜମାଥିବା ୬୨ ଲକ୍ଷ ୬୭ ହଜାର ଟଙ୍କାକୁ ଟ୍ରାନ୍ସଫର କରିଥିବା ଅଭିଯୋଗ ।
ଏହା ସହ କଲେଜରେ ପୂର୍ବରୁ ଅବସ୍ଥାପିତ ଥିବି ଅଧ୍ୟକ୍ଷଙ୍କୁ ବାହାର କରି ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇ ସେ ଏହି କାର୍ଯ୍ୟ କରିଥିବାନେଇ ଧନୁପାଲି ଥାନାରେ ଏତଲା ହୋଇଛି । ଜିଲ୍ଲା ଓକିଲ ସଂଘ ସମର୍ଥନରେ ଏତଲା ହୋଇଥିବା ଜଣାପଡିଛି ।