ଅପରାଧଓଡ଼ିଶା ଖବରନ୍ୟୁଜ୍

ଶ୍ରୀମନ୍ଦିରରେ ପୂଜା ନାଁରେ ଠକେଇ !

ଶ୍ରୀମନ୍ଦିରରେ ପୂଜା ନାଁରେ ଠକେଇ !

ଓଡିଶା ହାଲଚାଲ 24/6/2023:-ଶ୍ରୀମନ୍ଦିରରେ ପୂଜା କରାଇବା ନାଁରେ ଅନଲାଇନ୍ ଆପରେ ଠକେଇ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା ପୋଲିସ । ଉତ୍ସବ ଆପ୍ ବିଷୟରେ ସୂଚନା ଦେବାକୁ ଚିଠି କରିଛି ପୋଲିସ । ଆବଶ୍ୟକ ସ୍ଥଳେ ଏହି ଠକେଇ ଆପ୍ ବିରୋଧରେ ଏତଲା ଦେବାକୁ ଚିଠିରେ କୁହାଯାଇଛି ।ଶ୍ରୀମନ୍ଦିରରେ ପୂଜା କରିବାକୁ ଏହି ଆପ୍ ମାଧ୍ୟମରେ ବିଜ୍ଞାପନ ଦିଆଯାଉଛି ।

ଭକ୍ତମାନେ କୌଣସି ସ୍ଥାନରେ ରହି ନିଜ ନାଁରେ ଭୋଗ ଚଢାଇ ପାରିବେ ବୋଲି ଏହି ଆପରେ କୁହାଯାଇଛି ।  ଆଉ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଏକ ଟିମ୍ ଏହି ଅନଲାଇନ ଆପ୍ କରିଛି ବୋଲି ଜଣାପଡ଼ିଛି । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଏବଂ ଭୋଗ ଲଗାଇବାପାଇଁ ଭିନ୍ନ ଭିନ୍ନ ରେଟ ଚାଟ ମଧ୍ୟ ରଖାଯାଇଛି । ଏଥିରେ ବିଗ୍ରହଙ୍କ ମାସିକ ପୂଜା ପାଇଁ ୮ହଜାର ଶହେ ଟଙ୍କା ରଖାଯାଇଛି ।

ସେହିଭଳି ରଥଯତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪ହଜାର ୫୦୧ ଟଙ୍କା ପୈଠ କରିବାକୁ କୁହାଯାଇଛି । ସମ୍ପୂର୍ଣ୍ଣ ପରିବାର ସହ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବାକୁ ହେଲେ ୨ହଜାର ୪୦୧ଟଙ୍କା ଏବଂ ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବାକୁ ୨ ହଜାର ୧୫୧ ଟଙ୍କା ପୈଠ କରିବାକୁ କୁହାଯାଇଛି । ଏବେ ସୁଦ୍ଧା ଏହି ଆପ୍ ଜରିଆରେ ଅନଲାଇନ୍ ଭୋଗ ଲଗାଇବା ପାଇଁ ୩ହଜାର ୭୦୦ରୁ ଅଧିକ ଭକ୍ତ ବୁକିଂ କରିଥିବା ଜଣାପଡ଼ିଛି । ଶେଷରେ ଲୋକେ ମହାପ୍ରଭୁଙ୍କ ନାମରେ ଠକେଇ କରିବାକୁ ବି ପଛାଇଲେ ନାହିଁ ।

Related posts

ଭୁବନେଶ୍ୱରରେ ବଢୁଛି କିନ୍ନରଙ୍କ ଗୁଣ୍ଡାରାଜ

Odisha Halchal

ସାମନ୍ତରାପୁର ସୁନା ଦୋକାନ ଗୁଳିକାଣ୍ଡ

Odisha Halchal

ହଲ୍‌ମାର୍କ ହୋଇନଥିବା ଗହଣା ପରୀକ୍ଷା କରିହେବ

Odisha Halchal

Leave a Comment