ଅପରାଧଓଡ଼ିଶା ଖବରନ୍ୟୁଜ୍

ମୋ ବାପାର ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ

ମୋ ବାପାର ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ

ବାଲେଶ୍ୱର :-ମୋତେ ନ୍ୟାୟ ଦରକାର, ମୋ ପାଖରୁ ମୋ ମା କୁ ଯିଏ ଛଡେଇ ନେଇଛି ତାକୁ ଦଣ୍ଡ ମିଳିବା ଦରକାର, ଏମିତି କିଛି ଶବ୍ଦ ପ୍ରୟୋଗ କରି ବାପା କୁ ଧିକାର କରୁଛି ଜଣେ କୁନି ପୁଅ, ଯାହା ପାଖରେ ଅଳି ଅଝଟ କରିଥାନ୍ତି ତାଙ୍କୁ ଆଜି ମୋ ବାପା ମାରିଦେଇଛନ୍ତି ମୁଁ କାହା ସାହାରା ନେଇ ବଞ୍ଚିବି, ମୋ ବାପା ଆଉ ଜଣେ ସ୍ତ୍ରୀ ଲୋକ ଙ୍କ ଶହ ଖରାପ ସମ୍ପର୍କ ରଖିଛନ୍ତି ଯାହା ମୋ ମା ସଦାବେଳେ ତାକୁ ବିରୋଧ କରୁଛନ୍ତି କିନ୍ତୁ ଆଜି ମୋ ବାପା ମୋ ମା ର ଜୀବନ ନେଇ ନେଇଛି ଏମିତି କିଛି ବାହୁନି ବାହୁନି କାନ୍ଦି କହୁଛି ଏଇ କୁନି ପୁଅ ଟିକେ ଶୁଣି ନିଅନ୍ତୁ କଣ କହୁଛି ପୁଅ ଜଣଙ୍କ ହଁ ଦର୍ଶକ ବନ୍ଧୁ ଆପଣ ତ ପରକୀୟା ପ୍ରୀତି କଥା ଦେଖୁଛନ୍ତି, ଏ ପରକୀୟା ପ୍ରୀତି ଏମିତି ସ୍ତରକୁ ଖସି ଆସିଛି ଯାହା ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି ।

ଛି ଛି ଏ ଜଗନ୍ନାଥ ଦେଶ ରେ ଏହା କେତେ ଗ୍ରହଣୀୟ ତାହା ଆପଣ ବିଚାର କରନ୍ତୁ, ଯେଉଁ ସ୍ତ୍ରୀ ର ହାତ ଧରି ଅଗ୍ନି କୁ ସାକ୍ଷୀ ରଖି ସାତ ଜନ୍ମ ର ନିଜର କରିଥାଏ ସ୍ୱାମୀ ଟାଏ ସିଏ କେମିତି ଆଉ ଜଣ ଙ୍କ ପ୍ରେମ ରେ ଉବୁଟୂବୁ ହେଉଛି, ଆମେ ଏଇଠି କହିବାକୁ ଚାହୁଁଚି ଯେଉଁ ମହିଳା ମାନେ ଅନ୍ୟ ସ୍ୱାମୀ ଙ୍କ ଶହ ସମ୍ପର୍କ ରଖୁଛନ୍ତି ତମେ ମାନେ ବି ଟିକେ ଚିନ୍ତା କରିବାର ଅଛି,ଯଦି ତାଙ୍କ ସ୍ତ୍ରୀ ତମର କେହି
ନିଜ ଲୋକ ହୋଇଥାନ୍ତି ତାହେଲେ କଣ ଏହାକୁ ଆପଣ ପ୍ରଶୟ ଦେଇଥାନ୍ତେ ଯେଉଁ ଯେଉଁ ପୁରୁଷ ବନ୍ଧୁ ଶହ ସମ୍ପର୍କ ରଖୁଛ ତାଙ୍କ ସ୍ତ୍ରୀ କଣ ତୋମ ଭଉଣୀ ନୁହେଁ କି, ତାହେଲେ କେମିତି ଜଣେ ଭଉଣୀ ର ସଂସାର ଭାଙ୍ଗି ବାକୁ ମନ ବଳଉଛ, ସତ ରେ ଦର୍ଶକ ବନ୍ଧୁ ଆଜିର ସମୟ ରେ ଏ ସମାଜ ଏତେ ତଳକୁ ଖସି ଯାଇଛି ତାହା କଳ୍ପନା କରିବା ଆମ ପ୍ରତି ସମ୍ଭବପର ନୁହେଁ, ଆମେ ଏମିତି କହିବାର ଅର୍ଥ ଏତେ ଶିକ୍ଷିତ ହେଇ ଆମ ସମାଜ ଏତେ ତଳକୁ କାହିଁକି ଖସୁଛି, ଆଜି ଆମେ ଯାହା କଥା ଆପଣଙ୍କୁ କହିବୁ ସିଏ ଜଣେ ହେଉଛନ୍ତି କୁଆଡେ ଶିକ୍ଷକ ଯାହା ଆମ ସମାଜ କୁ ଦିଗ ଦର୍ଶନ ଦିଅନ୍ତି।

ଏଥରେ ଟିକେ ଘଟଣା ଉପରେ ନଜର ପକାନ୍ତୁ
ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ କମର୍ଦା ଥାନା ଅନ୍ତର୍ଗତ ବାଉଁଶଡିହା ପଞ୍ଚାୟତର କରିହଣ୍ଡା ଗ୍ରାମରେ ଥିବା ଉଦୟ କୁମାର ମାଝୀଙ୍କ କଥା କହୁଛୁ। ପେଶାରେ ଉଦୟ ଜଣେ ଶିକ୍ଷକ। ତାଙ୍କର ପତ୍ନୀ ଦମୟନ୍ତୀ ମାଝୀ ମଧ୍ୟ ଜଣେ ( ଏମବିକେ) ବୟସ ୩୮ ଥିବା ବେଳେ ଉଦୟ କିନ୍ତୁ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡିଥିଲେ। ଏହି ଘଟଣା ପତ୍ନୀ ଦମୟନ୍ତୀ ଜାଣିବା ପରେ ତାଙ୍କ ସ୍ବାମୀଙ୍କୁ ବାରମ୍ବାର କହୁଥିଲେ ଯେ ଆମର ଗୋଟିଏ ପୁଅ ଅଛି ବୟସ ପାଖାପାଖି ଚଉଦ ଏହି ଘଟଣା ଆମ ଛୁଆ ଜାଣି ସାରିଥିଲା ତେଣୁ ତୁମର ଏହି ପରକ୍ରିୟା ପ୍ରତି ଯୋଗୁଁ ଛୁଆ ଉପରେ କୁ ପ୍ରଭାବ ପକାଉଛି।

ବେଳେ ଥାଉ ଥାଉ ସୁଧାରୀ ଯାଅ କିନ୍ତୁ ଉଦୟ ବାବୁ ଅନ୍ୟଜଣେ ମହିଳାଙ୍କ ପ୍ରେମର ସମ୍ପର୍କ ରେ ଛନ୍ଦି ଯାଇଥିବାରୁ ଏହି ଉପଦେଶ ତାଙ୍କୁ କିଛି ପ୍ରଭାବ ପଡୁନଥିଲା । ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀ ଭିତରେ ପାରିବାରିକ କଳହ ଲାଗୁଥିଲା ଉଭୟ ସରକାରୀ ଚାକିରୀ କରିଥିବାରୁ ସ୍ତ୍ରୀ ଅଭିଯୋଗ କଲେ ନାହିଁ । କାରଣ କାଳେ ଚାକିରି ଉପରେ କିଛି ଅସୁବିଧା ହେବ କିନ୍ତୁ ଫଳ ଶୂନ ଥିଲା ପରିଶେଷରେ ମଙ୍ଗଳବାର ଦିନ ଉଦୟଙ୍କ ପତ୍ନୀ ଦମୟନ୍ତୀ ନିଜଘର ଭିତରେ ବେକରେ ଶାଢି ଲଗାଇ ଫ୍ୟାନରେ ଝୁଲୁଥିବାର ଦୃଶ୍ୟ ପାଖ ପୋଡଶି ଦେଖିବାକୁ ପାଇଥିଲେ ।

ତାଙ୍କର ଏକମାତ୍ର ପୁତ୍ର ମଧ୍ୟ ଘରେ ନଥିଲେ।ଏହି ଘଟଣା ସମ୍ପର୍କରେ ବାପାଘର ଲୋକ ଜାଣିବା ପରେ ଦମୟନ୍ତୀଙ୍କ ଭାଇ ବଳରାମ ସାହୁ କହିଛନ୍ତି ତାଙ୍କ ଭିଣୋଇ ଉଦୟ ତାଙ୍କ ଭଉଣୀଙ୍କୁ ମାରିଛନ୍ତି ବୋଲି କର୍ମଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କର୍ମଦା ଥାନା ଅଧିକାରିଣୀ ଲୋପାମୁଦ୍ରା ପଣ୍ଡା ଓ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁଙ୍କ ସହିତ ସାଇନଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ କରୁଛନ୍ତି। ଏ ନେଇ କମର୍ଦା ଥାନାରେ ୨୦/୨୩ ରେ ଏକ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ ପାଇଁ ଜଳେଶ୍ବର ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଆସାମୀ ଉଦୟ କୁମାର ମାଝୀଙ୍କୁ କମର୍ଦା ଥାନା ଗିରଫ କରିବା ସହିତ ଆଜି ଭୋଗରାଇ କୋର୍ଟକୁ ଚାଲାଣ କରାଯାଇଛି।

Related posts

ଦୁର୍ନୀତି ନିବାରଣ ବିଭାଗ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

Odisha Halchal

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନ ମହୋତ୍ସବ ଓ ପରିବେଶ କବିତା

Odisha Halchal

ରାସ୍ତାରେ ଠିଆ ହୋଇଥିଲେ ଯୁବତୀ, ଚୋଟ ମାରିଲେ ଦୁର୍ବୃତ୍ତ

Odisha Halchal

Leave a Comment