ଭୁବନେଶ୍ୱର :-ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଦ ଘରେ ଜଣେ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ। ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍। ମଞ୍ଚେଶ୍ବର ପୋଲିସ ସହାୟତାରେ ନାବାଳିକାଙ୍କୁ ପଳାଶୁଣି ବ୍ୟାଙ୍କର୍ସ ଇନକ୍ଲେଭରୁ ଉଦ୍ଧାର କରାଯାଇଛି ।
ନାବଳିକାଙ୍କୁ ଶାରୀରିକ ଅତ୍ୟାଚାର ଦିଆଯାଇଥିବା ଜଣାପଡିଛି। ନାବଳିକାଙ୍କ ଶରୀରରେ ରହିଛି କେତେକ ମାଡ଼ ଓ ଚେଙ୍କ ଚିହ୍ନ। ଏହାପରେ ନାବାଳିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘର ମାଲିକ ଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।