ଓଡ଼ିଶା ଖବରନ୍ୟୁଜ୍

ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ

ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ

ଆଜି ହେଉଛି ପବିତ୍ର ବଡଦିନ | ପବିତ୍ର ବଡ଼ଦିନରେ ସବୁଠି ଆନନ୍ଦ ଉତ୍ସାହ ର ମାହୋଲ୍ । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଏଥିଲାଗି ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁମାନେ ବିଭିନ୍ନ ଚର୍ଚ୍ଚରେ ଏକାଠି ହେବା ସହ ସେହି ମୂହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ, କେତେବେଳେ ପ୍ରଭୁ ଯୀଶୁ ଧରାବତରଣ କରିବେ । ଆଉ ମଧ୍ୟରାତ୍ରରେ ଯୀଶୁ ଧରାବତରଣ କରିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଏହି ଅବସରରେ ରାଜଧାନୀ ଟ୍ୱିନସିଟିର ବିଭିନ୍ନ ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି ।

ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ପାଳନ ହେଉଥିବାରୁ ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଲୋକମାଳାରେ ଚର୍ଚ୍ଚଗୁଡିକୁ ସଜ୍ଜା ଯାଇଥିବା ବେଳେ ସାଣ୍ଟା ମାନେ ଚର୍ଚ୍ଚରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ୟୁନିଟ୍-୪, ବରମୁଣ୍ଡା, ୟୁନିଟ୍-୮ ଅଂଚଳରେ ଥିବା ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଥିସହ  କଟକ ସହର ମଧ୍ୟ ଚଳଚଞ୍ଚଳ । ପ୍ରଭୁ ଯୀଶୁଙ୍କ ଆଗମନରେ ସଜେଇ ହୋଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡରେ ଥିବା କ୍ୟାଥଲିକ ଚର୍ଚ୍ଚରେ ସାମୁହିକ ପ୍ରାର୍ଥ ନା ପାଇଁ ବ୍ୟାପକ ପ୍ରସ୍ତୁତି। ସେହିପରି କୋରାପୁଟ ଜୟପୁର ସହରରେ ମଧ୍ୟ ବ୍ୟାପକ ଆୟୋଜନ ହୋଇଛି ।

ବଡଦିନ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ପୁରୀ ରେ ବାଲୁକା କଳା । ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ମାନସ ସାହୁ ସାଣ୍ଟାକ୍ଲସଙ୍କର ବାଲୁକା କଳା ନିର୍ମାଣ କରିଛନ୍ତି । 7 ଟନ୍ ବାଲିରେ ନିର୍ମାଣ ହୋଇଛି ସାଣ୍ଟାଙ୍କର ଏହି 20 ଫୁଟ୍ ଓସାର ବିଶିଷ୍ଟ ବାଲୁକା କଳା । ଏଥିଲାଗି ତାଙ୍କୁ 7  ଘଣ୍ଟା ସମୟ ଲାଗିଥିବା ମାନସ କହିଛନ୍ତି । ବାଲୁକା କଳା ମାଧ୍ୟମରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ଦେଇଛନ୍ତି । ସାରା ବିଶ୍ୱରେ ଏବେ ଯୁଦ୍ଧର ମାହୋଲ ଲାଗି ରହିଥିବା ବେଳେ ଏହି ସମୟରେ ସାଣ୍ଟାକ୍ଲସ୍ ଆସି ଶାନ୍ତିର ବାର୍ତ୍ତା ଦେଉଥିବା ସେ କହିଛନ୍ତି ।

Related posts

ମୋ ସ୍କୁଲର ଏ କି ବିକଳ ଚିତ୍ର

Odisha Halchal

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ମହିଳାଙ୍କ ସଚେତନତା

Odisha Halchal

ରେସ୍କ୍ୟୁ ଅପରେସନ୍‌ ବେଳେ ହେଲିକପ୍ଟରରୁ ଖସିଗଲେ ଆଉ ଜଣେ ପର୍ଯ୍ୟଟକ

Odisha Halchal

Leave a Comment