ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବଢ଼ିଲା ରେପୋ ରେଟ୍‌

ବଢ଼ିଲା ରେପୋ ରେଟ୍‌

ବଢ଼ିଲା ରେପୋ ରେଟ୍। ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ରେପୋ ରେଟ୍‌ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛନ୍ତି। ରେପୋ ରେଟ୍‌ ୦.୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ୍‌ ୪.୪୦%କୁ ବଢ଼ିଛି। ତେବେ ରିଭର୍ସ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି। ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍‌ଆଇର ବୋଝ ବଢ଼ିପାରେ। ଏଥିସହ ବ୍ୟାଙ୍କ ଗୁଡିକ ବ୍ୟାଙ୍କଗୁଡିକ ଋଣ ଉପରେ ସୁଧ ହାର ବଢ଼ାଇବା ପାଇଁ ରାସ୍ତା ସଫା ହୋଇଯାଇଛି।

ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ଅନୁଭବ ହେଉଛି। ଏହି ଯୁଦ୍ଧର ପ୍ରଭାବ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଉପରେ ପଡିଛି। ଏଥିସହିତ ମୁଦ୍ରାସ୍ଫୀତିର ବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇ ବର୍ତ୍ତମାନ ଏହାର ‘accommodative stance’ ଅର୍ଥାତ୍ ଉଦାରବାଦୀ ଆଭିମୁଖ୍ୟ ଛାଡି ବେଞ୍ଚମାର୍କ ହାରକୁ ବୃଦ୍ଧି କରିବାକୁ ଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ଦୁଇ ବର୍ଷ ହେଲା ରେପୋ ରେଟ୍‌ ଅପରିବର୍ତ୍ତିତ ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ସମୀକ୍ଷା ବୈଠକରେ ଆର୍‌ବିଆଇ କମ୍ରାଗତ ୧୧ଥର ପାଇଁ ରେପୋ ରେଟ୍‌ କୌଣସି ପରିବର୍ତ୍ତନ କରିନଥିଲା। ଆରବିଆଇ ଏହାକୁ ୪ ପ୍ରତିଶତରୁ କମ୍ ରଖିଥିଲା ଏବଂ ରିଭର୍ସ ରେପୋକୁ ୩.୩୫% ରଖିଥିଲା।

Related posts

ଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

Odisha Halchal

ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର କେନ୍ଦ୍ର- ସ୍ୱାସ୍ଥ୍ୟ ବିଭାଗ

Odisha Halchal

ହକିବିଶ୍ୱକପ -2023ର ହକି ରଥ ସ୍ବାଗତଂ

Odisha Halchal

Leave a Comment