ଅପରାଧଓଡ଼ିଶା ଖବରନ୍ୟୁଜ୍

ସେବାଶ୍ରମରେ ମେଟ୍ରୋନ୍ ଲେଡି ଡନଙ୍କ ରାଜ

ସେବାଶ୍ରମରେ ମେଟ୍ରୋନ୍ ଲେଡି ଡନଙ୍କ ରାଜ

ମୁନିଗୁଡା:-ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନ ଜାତିଙ୍କ ଶିକ୍ଷାର ଵିକାଶ ନିମନ୍ତେ ଖାଇବା ରହିବା ଠାରୁ ପୋଷାକ ଯୋତା ଛତା ଵହିପତ୍ର ଆଦି ମାଗଣାରେ ଯୋଗାଇ ପାଠ ପଢିବାରସୁଯୋଗ ଦେଇଛନ୍ତି ପ୍ରାଥମିକ ସେଵା ଶ୍ରମ ଵିଦ୍ୟାଳୟକୁ ।ଏଥିରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଶୃଙ୍ଖଳିତ ଭାଵେ ଉନ୍ନତମାନର ଶିକ୍ଷାଦାନ କରୁଥିଲେ ।ହେଲେ ନିଜର ଚରିତାର୍ଥ୍ ସ୍ବାର୍ଥ ହାସଲ ହୋଇପାରୁ ନଥିବାରୁ ଶିକ୍ଷା କ୍ଷେତ୍ରରେ ପ୍ରତୀଵନ୍ଧକ ସୃଷ୍ଟି କରୁଛନ୍ତି ଅସ୍ଥାୟୀ ନିଯୁକ୍ତି ପାଇଥିବା ମେଟ୍ରୋନ୍ ଏଵଂ ପିଅନ।ସେମାନେ ରାଜନୈତିକ ନେତାଙ୍କ ଵାହୁ ଛାୟାତଳେ ରହି ମିଛ ସତ କହି ବିଦ୍ୟାଳୟର ସତ୍ୟସତ୍ୟା ସମସ୍ୟାକୁ ଉହ୍ୟ କରି ମନ ଗଢା ମିଥ୍ୟାକୁ ଵିଭିନ୍ନ ରୂପ ଦେଇ ତାଙ୍କର ସମ୍ପର୍କୀୟ ଗଣମାଧ୍ୟମ ପ୍ରତିନିଧି ଓ ଅଧିକାରୀ ମାନଙ୍କ ନିକଟରେ ଚୁଗୁଲି କହିଚାଲୁଛନ୍ତି।ହେଲେ ଚାରି ଵର୍ଷରେ ଚାରିଜଣ ପ୍ରଧାନ ଶିକ୍ଷକଙ୍କୁ ଵଦଳି କରି ଵାଃବାଃ ନେଉଥିବା ଲେଡି ମେଟ୍ରୋନ ଡନଙ୍କ ରାଜ ଦେଖିବାକୁ ମିଳିଛି।

ରାୟଗଡା ଜିଲ୍ଲା ଖୋଦ୍ କଲ୍ୟାଣ ମନ୍ତ୍ରୀଙ୍କ ବ୍ଲକ ଵିଷମ କଟକର ହୁକୁମତୋଳା ପ୍ରାଥମିକ ସେଵାଶ୍ରମ ଵିଦ୍ୟାଳୟରେ।ଏହି ଵିଦ୍ୟାଳୟ ୧୯୫୪ ମସିହାରେ ସ୍ଥାପିତ ହେବା ଦିନ ଠାରୁ ଵିଦ୍ୟାଳୟର ପାଠପଢା ପରିଵେଶ ଵହୁତ ଭଲଥିଲା।ମାତ୍ର ୪/୫ ବର୍ଷ ହେଵ ଲେଡିମାଟ୍ରୋନ ଭାରତୀ ସାମଲ ଓ ସ୍ଥାନୀୟ ପିଅନ ନିଯୁକ୍ତି ପାଇଵା ପରେ ଶିକ୍ଷକମାନଙ୍କୁ ବ୍ଲାକ ମେଲ କରିବାକୁ ଆଗେଇ ଆସିଲେ। ,ଫଳରେ ଶିକ୍ଷା କ୍ଷେତ୍ରରେ ବାଧକ ସୃଷ୍ଟି କରି ଅନୁଷ୍ଠାନକୁ ବଦନାମ କରୁଥିବା ନେଇ ମାଟ୍ରୋନଙ୍କ ବିରୋଧରେ ଗ୍ରାମବାସୀ,ମହିଳାମଣ୍ଡଳ,ବିଦ୍ୟାଳୟ ପରିଚାଳନା କମିଟି ଓ ପିଲାଙ୍କ ଅଭିଭାବକ ମାନେ ୧୨.୯.୦୨୨ରେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଥିଲେ।ଅଭିଯୋଗରେ ଲିପିବଦ୍ଧଥିଲା ମହିଳା ମେଟ୍ରୋନ ରାଜନେତାଙ୍କ ବଳରେ ବଳିଆନ ହୋଇ ଚାରିବର୍ଷ ହେଵ ଏଠାରେ ମେଟ୍ରୋନ ଭାଵେ ନିଯୁକ୍ତି ପାଇଛନ୍ତି।ଵାଳିକା ହଷ୍ଟେଲରେ୧୪୦ ଅନ୍ତେବାସିନୀ ରହୁଥିବା ଵେଳେ ବାଳକ ହଷ୍ଟେଲରେ ୪୦ ଜଣ,୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି ।

ସେମାନଙ୍କ ପାଇଁ ୫ଜଣ ଶିକ୍ଷକଙ୍କ ମଧ୍ୟରୁ ୩ ଜଣ ଅଧ୍ୟୟନ କରୁଛନ୍ତି।ହେଲେ ମେଟ୍ରୋନ୍ ଶ୍ରୀମତୀ ସାମଲ ନିଜକୁ ପ୍ରଧାନ ଶିକ୍ଷକ ମନେକରି ଅନୀୟମିତ କର୍ତ୍ତଵ୍ୟ କରନ୍ତି।ଯାହାକି ଵିଦ୍ୟାଳୟ ପରିଵେଶରେ ତାହା ଅଶୋଭନୀୟ ପିଲାମାନଙ୍କ ପ୍ରତି ଅସୁରକ୍ଷିତ କର୍ତ୍ତଵ୍ୟ।ନିଜେ ଛାତ୍ରୀଵାସରେ ନରହି ନିଜ ଝିଅର ପୁରୁଣା ଡ୍ରେସ୍ ପିଲାମାନଙ୍କୁ ଦେଇ ପିଲାଙ୍କ ମନମାନି କରି ନିଜ ଘର ମୁନିଗଡା ପଳାନ୍ତି,ଏପରିକି ଝିଅମାନଙ୍କ କୌଣସି ଅସୁସ୍ଥତା ପାଇଁ ଯୁବ ପିଅନ ସହିତ ମୁନିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଉ ଥିଵା ଵେଳେ ନିଜେ ଯାଉନଥିଲେ।ଏନେଇ କୌଣସି ଶିକ୍ଷକ ପାଟି ଖୋଲିଲେ ତାଙ୍କର ନେତାଙ୍କ ଦ୍ଵାରା ଵଦଳୀ ହେଵା ପାଳିପଡିଥାଏ।ପିଲାଙ୍କ କସ୍ମେଟିକ ଓ ମେସ୍ ଦାୟିତ୍ବରେ ରହି ଖାଦ୍ୟ ପେୟ ଏବଂ ମିଛସତ ଖର୍ଚ୍ଚ ଦେଖାଇ ପିଲାମାନଙ୍କୁ ସଠିକ ଖାଦ୍ୟ ଦେଵାରେ ଅଵହେଳା କରୁଥିଲେ ଓ ପିଲାଙ୍କ ପାଇଁ ଆସୁଥିବା ମାଛ ମାଂସରୁ ନିଜ ପରିଵାର ପାଇଁ କିଛି ନେଉଥିଲେ।ମେଟ୍ରୋନଙ୍କ ଏପରି ଛାତ୍ର ମାରଣ ନିତିକୁ ବାରଣ କରି ଶିକ୍ଷକ ନିଜ ଆୟତରେ ମେସ୍ ଚଳାଇବାକୁ ଵାଧ୍ୟ ହେଉଥିଲେ।

ଏଥିରେ ଅସନ୍ତୋଷ ପ୍ରକାଶ କରି ଶିକ୍ଷକଙ୍କୁ ଵିଭିନ୍ନ ଧମକ ଦେଇ ମାସିକ ଦଶ ହଜାର ଟଙ୍କା ମେସ ଟଙ୍କାରୁ ପିସି ହିସାବରେ ଦେଵାକୁ ମେଟ୍ରୋନ ଦାଵୀ କରୁଥିଲେ। ଯିଏ ମେଟ୍ରୋନଙ୍କ ଦାଵୀ ମୁତାବକ ରାଜି ନହେଲା କଳେଵଳେ ବିଭିନ୍ନ ପ୍ରକାର ଚୁଗୁଲି କରି ଶିକ୍ଷକଙ୍କୁ ବଦଳୀ କରୁଥିଲା।ମେଟ୍ରୋନଙ୍କ ରାଜ ରେ ଅତିଷ୍ଟ ହୋଇ ଗ୍ରାମବାସୀ,ପରିଚାଳନା କମିଟି,ମହିଳା ମଣ୍ଡଳ ଓ ଅଭିଭାବକମାନେ ମିଳିତ ଭାଵେ ଜିଲାପାଳଙ୍କୁ କରିଥିବା ଅଭିଯୋଗର ତଦନ୍ତ ଗତମାସରେ ତଦନ୍ତ କରାଯାଇଥିଲା।ଏହି ତଦନ୍ତ ଅଭିଯୋଗ କାରୀମାନଙ୍କ ଉପସ୍ଥିତିରେ ଗୁଣୁପୁରୁ ଏଡିଡବ୍ଲ୍ୟୁ,ଡିଆଇଓ କଲ୍ୟାଣ ଵିଭାଗ ରାୟଗଡା,ଓ ବିଷମକଟକ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧୀକାରିଣୀ ମାନେ ମେଟ୍ରୋନଙ୍କ ଵିରୋଧରେ ଲିଖିତ ଵୟାନ ସହ ତଦନ୍ତ କରି ଫେରିଆସିଛନ୍ତି।ଏହି ତଦନ୍ତର ସତ୍ୟାସତ ଲୋକଲୋଚନକୁ ଅଣାଯାଇ ମେଟ୍ରୋନ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉଛି କି ?କିମ୍ବା ତଦନ୍ତର ଦିଗ କେଉଁ ଆଡକୁ ଯାଉଛି ,ତାହା ଯେପରି ଆଗାମି ଦିନରେ ଜନସାଧାରଣ ରାଜରାସ୍ତାକୁ ନ ଓହ୍ଲାନ୍ତି ପ୍ରଶାସନ ସେଦୃଷ୍ଟିରୁ ନିରପେକ୍ଷ ତଦନ୍ତର ଫଳାଫଳ ଅପେକ୍ଷାରେ ଜନତା।

Related posts

Paytm ଉପରେ ଆରବିଆଇର ଆକ୍ସନ

Odisha Halchal

ପାଣି ପାଇଁ ଦୁଇ ଗାଁ ମଧ୍ୟରେ ସଂଘର୍ଷ

Odisha Halchal

ବିଲରୁ ମିଳିଲା ଅବସରପ୍ରାପ୍ତ ଅଧ୍ୟାପକଙ୍କ ମୃତଦେହ

Odisha Halchal

Leave a Comment