ଓଡ଼ିଶା ଖବରନ୍ୟୁଜ୍

କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

ନବରଙ୍ଗପୁର ମିଶନ ଶକ୍ତି ହଲ ଠାରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାରେ କାର୍ଯ୍ୟ କାରି ହେଉଥିବା ବିଭିନ୍ନ କାର୍ଯ୍ୟ କ୍ରମ ର ସମୀକ୍ଷା କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ, ନୋବାଦୟ ବିଦ୍ୟାଳୟ, ଦୀନ ଦୟାଲ ଉପାଧୀୟ କୌଶଳ ବିକାଶ, ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ସ୍କିଲ ଇଣ୍ଡିଆ କାର୍ଯ୍ୟ କ୍ରମ, ଜନଶିକ୍ଷଣ ସଂସ୍ଥାନ, ସମଗ୍ର ଶିକ୍ଷା ଅଭିଯାନ ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନା ର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବରଙ୍ଗପୁର ଜିଲ୍ଲା ରେ ଶିକ୍ଷିତ ଯୁବ ବର୍ଗ ମାନଙ୍କ ଦକ୍ଷତା ଓ କୌଶଳ ବିକାଶ ପାଇଁ ନଲେଜ ଓ ସ୍କିଲ ମ୍ୟାପିଙ୍ଗ କରା ଯିବ। ଫଳରେ ନବରଙ୍ଗପୁର ଭଳି ଆକାକ୍ଷି ଜିଲ୍ଲାରେ ଆତ୍ମନିଯୁକ୍ତି ଓ ସ୍ବାବଲମ୍ବନ ବୃଦ୍ଧି ପାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ରାଷ୍ଟ୍ରୀୟ ଶିକ୍ଷା ନୀତି ରେ ସାଧାରଣ ଶିକ୍ଷା ଓ କୌଶଳ ଶିକ୍ଷା ଗ୍ରହଣ ସମାନ୍ତରଣ ଭାବେ ଗ୍ରହଣ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି। ନବରଙ୍ଗପୁର ଜିଲ୍ଲା ରେ ଏହି କ୍ଷେତ୍ର ରେ ଅଧିକ କାର୍ଯ୍ୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାରଙ୍କ ମହାତ୍ମାକାଙ୍କ୍ଷା ଯୋଜନା ପିଏମ ଶ୍ରୀ ବିଦ୍ୟାଳୟ ଯୋଜନା ରେ ନବରଙ୍ଗପୁର ଜିଲ୍ଲା ର 10 ଟି ବ୍ଲକ ର 20 ଟି ବିଦ୍ୟାଳୟ ନିଶ୍ଚିତ ଅନ୍ତର୍ଭୁକ୍ତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ରେ ବିଦ୍ୟାଳୟ ଗୁଡିକ ଭୋଜନ କାର୍ଯ୍ୟ କ୍ରମ ସହ ସମଗ୍ର ଶିକ୍ଷା ଅଭିଯାନ ରେ ବିଦ୍ୟାଳୟ ର ଭିତ୍ତିଭୂମି ବିକାଶ କରାଯିବା ସହ ସମସ୍ତ ଆନୁଷଙ୍ଗିକ ଖର୍ଜ କରାଯାଉଛି । ତେବେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ରାଜ୍ୟ ସରକାରଙ୍କ ଦାୟିତ୍ଵ ବୋଲି ସେ ପ୍ରକାଶ କରିଥିଲେ।

https://youtu.be/GsJ_-IknFm4

Related posts

ଅଶାନ୍ତ ସମୁଦ୍ରରେ ମାଛ ମାରି ଫେରୁଥିବା ବେଳେ ଓଲଟିଲା ଡ଼ଙ୍ଗା

Odisha Halchal

ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ପିହୁଙ୍କ ମା’

Odisha Halchal

ଗଞ୍ଜେଇ ଚୋରା ଚାଲାଣରେ ବି ଜେ ପି ନେତା ଗିରଫ

Odisha Halchal

Leave a Comment