ଓଡ଼ିଶା ଖବରନ୍ୟୁଜ୍

ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ ଆରମ୍ଭ ହେବ ହକି ମହାକୁମ୍ଭ

ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ ଆରମ୍ଭ ହେବ ହକି ମହାକୁମ୍ଭ

ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ। ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । FIH ହକି ପ୍ରୋ ଲିଗ ୨୦୨୨-୨୩ରେ ଅଂଶଗ୍ରହଣ କରିବେ ଭାରତ ସମେତ ସ୍ପେନ ଓ ନ୍ୟୁଜଲାଣ୍ଡ ଟିମ ।

ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ମଙ୍ଗଳବାର ସ୍ପେନର ୨୬ ଜଣିଆ ଟିମ ପହଞ୍ଚିଛି । ସ୍ପେନ ଟିମ ବିମାନ ବନ୍ଦରରେ ପହଁଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । କଡା ସୁରକ୍ଷାରେ ଏକ ସ୍ୱତନ୍ତ୍ର ବସ ଯୋଗେ ସ୍ପେନ ଟିମ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।

ପ୍ରୋ ଲିଗ ମ୍ୟାଚ ପାଇଁ ଟିମ ବେଶ ପ୍ରସ୍ତୁତ ଥିବା ବେଳେ ଆଗକୁ ବିଶ୍ୱକପ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଦଳର ଅଭ୍ୟାସ ପାଇଁ ବେଶ ସହାୟକ ହେବ ବୋଲି ସ୍ପେନ ଟିମ କୋଚ ମାକ୍ସି ମିଲାନୋ କହିଛନ୍ତି ।କଳିଙ୍ଗ ଷ୍ଟାଡିୟମର ପଡିଆ ଖୁବ ଭଲ, ଏହା ସହିତ ରାଉରକେଲାରେ ମଧ୍ୟ ବିଶ୍ୱକପ ହେବାକୁ ଥିବାରୁ ସେଠାକୁ ଯାଇ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

Related posts

ବହୁଦିନ ଧରି ଜଳ ସମସ୍ୟାରେ ଚାଷୀ,ଫସଲ ନକରି ପଡିଆ ପଡିଛି ଚାଷଜମି

Odisha Halchal

ୟୁକ୍ରେନ ସହ ଯୁଦ୍ଧ କରିବ ରୁଷର ଡଲଫିନ୍‌

Odisha Halchal

କଟକରୁ ଧରାପଡିଥିବା ଆତଙ୍କବାଦୀ ଦୋଷୀ ସାବ୍ୟସ୍ତ

Odisha Halchal

Leave a Comment