ଦେଶ ବିଦେଶନ୍ୟୁଜ୍

ଦିପାବଳୀରେ ବସ୍‌ରେ ଦୀପ ଜାଳି ଶୋଇପଡ଼ିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟର

ଦିପାବଳୀରେ ବସ୍‌ରେ ଦୀପ ଜାଳି ଶୋଇପଡ଼ିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟର

ଦିପାବଳୀରେ ବସ୍‌ରେ ଦୀପ ଜାଳି ଶୋଇପଡ଼ିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟର,କିଛି ଜାଣିବା ଆଗରୁ ଜିଅନ୍ତା ଜଳିଗଲେ ରାଞ୍ଚିର କାଣ୍ଟାଟୋଲିରେ ଥିବା ଖାଦଗଡା ବସ୍ ଷ୍ଟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବସଷ୍ଟାଣ୍ଡରେ ରହିଥିବା ବସ୍‌ରେ ନିଆଁ ଲାଗିଯିବା ପରେ ଡ୍ରାଇଭର ଏବଂ କଣ୍ଡକ୍ଟର ଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମଦନ ଏବଂ ଇବ୍ରାହିମ ବୋଲି ଜଣାପଡିଛି।

ମଦନ ବସର ଡ୍ରାଇଭର ଥିବାବେଳେ ଇବ୍ରାହିମ ବସରେ କଣ୍ଡକ୍ଟର ଭାବରେ କାମ କରୁଥିଲେ। ଦୁର୍ଘଟଣା ଘଟିବା ପରେ ଦୁହେଁ ବସ୍ ଭିତରେ ଶୋଇପଡ଼ିବା କାଣରରୁ ଜିଅନ୍ତା ଜଳିଯାଇଛନ୍ତି ।ସୂଚନା ଅନୁଯାୟୀ ଗତକାଲି ମଦନ ଏବଂ ଇବ୍ରାହିମ ବସ୍ ଭିତରେ ଦୀପ ଜାଳିବା ପରେ ଶୋଇ ପଡ଼ିଥିଲେ। ଦୀପ ଯୋଗୁଁ ବସ୍ ରେ ନିଆଁ ଲାଗିଯାଇଥିବା ଆଶଙ୍କା କରାଯାଉଛି।

ନିଦ ଭାଙ୍ଗିବା ପରେ ନିଆଁ ସମ୍ପୁର୍ଣ୍ଣ ଭାବେ ଅଣାୟତ ଥିଲା । ଫଳରେ ସେମାନେ ବାହାରକୁ ଯିବାର ସୁଯୋଗ ପାଇଲେ ନାହିଁ। ଜଳିଯାଇ ଉଭୟଙ୍କର ମୃତ୍ୟୁ ହୋଇଛି।ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଛି। ପୋଲିସ ତଦନ୍ତରେ ନିୟୋଜିତ ଅଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍ କରି ସମବେଦନା ଜଣାଇଛନ୍ତି।

Related posts

ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା

Odisha Halchal

ବିଦ୍ୟାଳୟ କୋଠରୀରୁ ବାହାରିଲା ପିସ୍ତଲ

Odisha Halchal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟରସାଇକେଲ ଚାଳକଙ୍କର ମୃତ୍ୟୁ

Odisha Halchal

Leave a Comment