ଓଡ଼ିଶା ଖବରନ୍ୟୁଜ୍

ଶବ କୁ କାନ୍ଧ ଦେଲେନି ଗ୍ରାମବାସୀ

ଶବ କୁ କାନ୍ଧ ଦେଲେନି ଗ୍ରାମବାସୀ

ଖପ୍ରାଖୋଲ :-(ରିପୋର୍ଟ :-ଅଭିନାଶ ବିଶ୍ୱାଳ )ଆଜି ବି ଏଇ ବିଜ୍ଞାନ ଯୁଗରେ ସେହି କଳୁଷିତ ପ୍ରଥା କେବେ ବି ଲୋକଙ୍କ ମନରୁ ଯାଉନି।ବିଜ୍ଞାନ ଏତେ ଉପରକୁ ଗଲା ପରେ ବି ଲୋକେ ଛୁଆଁ ଅଛୁଆଁ ରେ ମଣିଷ ମଣିଷ ଭିତରେ ଭେଦଭାବ କରିବାରେ ବ୍ୟସ୍ତ।
ଖପ୍ରାଖୋଲ ବ୍ଲକ୍ ତେଲେନ୍ ପାଲି ପଂଚାୟତ ଅଧିନ ଯମୁନା ପାଲି ଗ୍ରାମରେ ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି।

କେରଳ ର ତୁଳସୀ ଧର ନାମକ ଜଣେଲୋକ ଉକ୍ତ ଗ୍ରାମର ସାର ନାୟକ ନାମ୍ନୀ ଜଣେ ଗୋଣ୍ଡ ଉପଜାତିର ମହିଳାଙ୍କୁ ପ୍ରେମ ବିବାହ କରି ଯମୁନା ପାଲି ଗ୍ରାମରେ ହିଁ ରହୁଥିଲେ।ତାଙ୍କର ଏକମାତ୍ର ପୁତ୍ର ଦାଦନ ଖଟିବା ପାଇଁ ହାଇଦ୍ରାବାଦ କୁ ଯାଇଥିବା ବେଳେ ତୁଳସୀ ଙ୍କ ଆଜି ମୃତ୍ୟୁ ହେଇଯାଇଛି। ତୁଳସୀ ଅନ୍ୟ ଜାତିର ହୋଇଥିବାରୁ ଗ୍ରାମର ଲୋକେ ତାଙ୍କ ଶବକୁ ନଛୁଇଁ ସେମିତି ଛାଡ଼ି ଦେଇଥିଲେ। ଏହିଭଳି ଗୋଟେ ସମ୍ବେଦନଶିଳ ଘଟଣା ବାବଦରେ ଖବର ପାଇ ବଲାଙ୍ଗିର ୟୁଥ୍ ବ୍ଲଡ଼ ଡୋନର ଗ୍ରୁପ୍ ର ଯୁବକମାନେ ଅକ୍ଷୟ ପ୍ରଧାନ ଭାଇ ଙ୍କ ନେତୃତ୍ୱରେ ଉକ୍ତ ଗ୍ରାମକୁ ଯାଇ ଶବକୁ ଦୀର୍ଘ ଦୁଇ କିମି ବୋହିନେଇ ଆଜି ଶବ ଦାହ କରିଛନ୍ତି।

ଏହି ମହାନ୍ କାର୍ଯ୍ୟକ୍ରମରେ ସଂଗଠନ ର ସୁଶିଲ ନନ୍ଦ,ସ୍ବାଗତ ସାହୁ,ପ୍ରଶାନ୍ତ କୁମ୍ଭାର ଆଦିଙ୍କ ସମେତ ଉପାଧ୍ୟକ୍ଷ ସୁଖିରମ୍ ଶାଣ୍ଡ, ବଂଶୀଧର ବେହେରା ଓ ଗୋବର୍ଦ୍ଧନ ମାଝୀ ପ୍ରମୁଖ ଉପସ୍ଥିତଥିଲେ। ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହୁଁଛୁ ଯେ ବଲାଙ୍ଗିର ୟୁଥ୍ ବ୍ଲଡ଼ ଡୋନର ଗ୍ରୁପ୍ ହେଉଛି ସେହି ଗ୍ରୁପ୍ ଯାହା ଦିନରାତି ଲୋକଙ୍କୁ ରକ୍ତଦାନ କରି ଏକ ସମ୍ଭାବନା ସୃଷ୍ଟି କରିପାରୁଛି। ନିକଟ ଅତୀତରେ ଭୀମ ଭୋଇ ମେଡିକାଲ୍ କଲେଜ୍ ହସ୍ପିଟାଲ୍ ବଲାଙ୍ଗିର, ଉପଖଣ୍ଡ ଚିକିତ୍ସାଳୟ ପାଟଣାଗଡ ଓ ବେଲପଡା ହସ୍ପିଟାଲରେ ଗୋଟେ ଦିନରେ ତିନି ଜଣଙ୍କୁ ରକ୍ତଦାନ କରି ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଥିଲେ। ଏହି ସଂଗଠନ ର ଏଭଳି ମହତ୍ କାମ କୁ ପ୍ରତି ମହଲରେ ପ୍ରଶଂସା କରାଯାଉଛି।

Related posts

କଂଗ୍ରେସ ଓ ବିଜେପି ଦଳର ପ୍ରେସମିଟ ର ଜବାବ ରଖିଲା ବିଜେଡି

Odisha Halchal

ଜେଲ ଫେରିଲେ ଅର୍ଚ୍ଚନା, ପ୍ରତିକ୍ରିୟା ଦେବା ବେଳେ ଭିଡ଼ି ନେଲା ପୁଲିସ୍‌

Odisha Halchal

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

Odisha Halchal

Leave a Comment