ଦେଶ ବିଦେଶନ୍ୟୁଜ୍

ଦ୍ରୁତ ଗତିରେ ବଦଳୁଛି ନେପଚୁନ୍‌ର ତାପମାତ୍ରା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ଦ୍ରୁତ ଗତିରେ ବଦଳୁଛି ନେପଚୁନ୍‌ର ତାପମାତ୍ରା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ସୌରମଣ୍ଡଳର ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ନେପଚୁନ୍‌କୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ସଂଗ୍ରହ କରିଛନ୍ତି । ପ୍ଲାନେଟୋରୀ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ, ନେପଚୁନ୍‌ର ବାୟୁମଣ୍ଡଳର ତାପମାତ୍ରା ଅପ୍ରତ୍ୟାଶିତ ଭାବେ ବଦଳୁଛି ।

WIONରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ବର ଅନେକ ଟେଲିସ୍କୋପ୍ ସାହାଯ୍ୟରେ ବୈଜ୍ଞାନିକମାନେ ନେପଚୁନ୍‌ର ତାପମାତ୍ରାରେ ଆସିଥିବା ଏହି ପରିବର୍ତ୍ତନର ସ୍ପଷ୍ଟ ଚିତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ଗ୍ରହର ହାରାହାରି ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଅଧ୍ୟୟନର ମୁଖ୍ୟ ଲେଖକ ତଥା ଲେଷ୍ଟର ୟୁନିଭରସିଟିର ପୋଷ୍ଟ ଡକ୍ଟୋରାଲ୍ ରିସର୍ଚ୍ଚ ଆସୋସିଏଟ୍ ଡ. ମାଇକଲ ରୋମନ କହିଛନ୍ତି ଯେ, ଏଭଳି ପରିବର୍ତ୍ତନ ନେଇ ଆଶା ନଥିଲା । ଯେହେତୁ ଆମେ ଏହା ଗ୍ରୀଷ୍ମ ଋତୁରେ କରୁଥିଲୁ, ତେଣୁ ଆମେ ଆଶା କରୁଥିଲୁ ଧୀରେ ଧୀରେ ଏଠାରେ ଉତ୍ତାପ ବୃଦ୍ଧି ପାଇବ ଥଣ୍ଡା ନୁହେଁ ।

ଏହି ପରିବର୍ତ୍ତନର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତଥାପି ଅନୁସନ୍ଧାନକାରୀମାନେ ବିଶ୍ବାସ କରୁଛନ୍ତି ଯେ ତାପମାତ୍ରାର ପରିବର୍ତ୍ତନ ନେପଚୁନ୍‌ର ବାୟୁମଣ୍ଡଳୀୟ ରସାୟନ ବିଜ୍ଞାନରେ ଋତୁ ପରିବର୍ତ୍ତନ ସହିତ ଜଡିତ ହୋଇପାରେ । ଯାହା ଏଥିରେ ପରିବର୍ତ୍ତନ କରିପାରେ ଯେ ବାୟୁମଣ୍ଡଳ କେତେ ପ୍ରଭାବଶାଳୀ ଭାବେ ଥଣ୍ଡା ହୋଇପାରେ । ଏହା ବ୍ୟତୀତ ୧୧ ବର୍ଷର ସୌରଚକ୍ର ମଧ୍ୟ ଏହାର କାରଣ ହୋଇପାରେ ।

ଏହି ଅଧ୍ୟୟନରେ କୁହାଯାଇଛି ଯେ, ନେପଚୁନ୍‌ର ବାୟୁମଣ୍ଡଳରେ ଗତ ଦୁଇ ଦଶନ୍ଧି ମଧ୍ୟରେ କେମିତି ପରିବର୍ତ୍ତନ ଆସିଛି । ଅଧ୍ୟୟନର ସହଲେଖକ ତଥା ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ବରିଷ୍ଠ ଅନୁସନ୍ଧାନକାରୀ ବୈଜ୍ଞାନିକ ଡ. ଗ୍ଲେନ୍ ଆର୍ଟନ୍ କହିଛନ୍ତି ଯେ, ଆମ ତଥ୍ୟ ନେପଚୁନ୍ ଋତୁର ଅଧାରୁ କମ୍ ସମୟରୁ କଭର କରୁଛି । ଏଥିପାଇଁ କେହି ବି ଏତେ ବଡ ଏବଂ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ଆଶା କରିନଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନେପଚୁନ୍ ଆମମାନଙ୍କ ମଧ୍ୟରୁ ଅନେକଲୋକଙ୍କ ପାଇଁ ଖୁବ୍ ଆକର୍ଷଣୀୟ । କାରଣ ଆମେ ଏହା ବିଷୟରେ ବହୁତ କମ୍ ଜାଣିଛୁ । ସୂଚନାଯୋଗ୍ୟ ଯେ, ନେପଚୁନ୍ ସୌରମଣ୍ଡଳର ସବୁଠୁ ଦୂରତମ ଗ୍ରହ । ନେପଚୁନ୍‌ର ସର୍ବୋଚ୍ଚ ବାଦଲ ଏତେ ଶୀଘ୍ର ବିକଶିତ ହୁଏ ଯେ ଗ୍ରହର ଉପସ୍ଥିତି ନାଟକୀୟ ରୂପେ ପରିବର୍ତ୍ତନ ହୋଇପାରେ । ଏହାର ହାରାହାରି ବ୍ୟାସ ପ୍ରାୟ ୩୦,୬୦୦ ମାଇଲ (୪୯,୨୫୦ କିଲୋମିଟର) । ଯାହା ଏହାକୁ ପୃଥିବୀଠାରୁ ୪ ଗୁଣ ଚଉଡା କରୁଛି ।

Related posts

ଏସିଆନ୍ ଟ୍ରାକ୍ ସାଇକ୍ଲିଂ: ସ୍ବସ୍ତି ଓ ଦୀନେଶଙ୍କୁ ସମ୍ବର୍ଦ୍ଧନା

Odisha Halchal

ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

Odisha Halchal

ବହୁ ପ୍ରତୀକ୍ଷିତ ମନ୍ଦାର-ଠେଙ୍ଗାଧର ମଧ୍ୟରେ ଥିବା ବଡ଼ନଦୀ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

Odisha Halchal

Leave a Comment