ଅପରାଧଓଡ଼ିଶା ଖବର

ଶାଳିକୁ ଟାଙ୍ଗିଆରେ ହାଣିଲା ଭିଣୋଇ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାଳିକୁ ଟାଙ୍ଗିଆରେ ହାଣିଲା ଭିଣୋଇ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁ ରେ ଘଟିଛି ଏଭଲି ହତ୍ୟାକାଣ୍ଡ।

ସୂଚନା ଅନୁସାରେ, ସପ୍ତାହ ତଳେ ଶାଳି ସରସ୍ୱତୀ ଭୋଇଙ୍କ ଭିଣୋଇ ଚରଣ ବାଘ ପରିବାର ସହିତ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇଥିଲା। କଥା କଟାକଟି ଓ ପରେ କଥା ଆଗକୁ ବଢ଼ିଥିଲା। ଏହାପରେ ଶାଳି ସରସ୍ୱତୀ, ଭିଣୋଇ ଚରଣ ଭୋଇଙ୍କୁ ମାଡ ମାରିଥିଲା। ଏହି ରାଗରେ ଜଳୁଥିଲେ ଭିଣୋଇ। କିଭଳି ଏହାର ପ୍ରତିଶୋଧ ନେବେ ସେ ନେଇ ଦିନ ଗଣୁଥିଲେ।

ଶେଷରେ ଚରଣ ବାଘ ଯୋଜନା ଅନୁସାରେ, ସରସ୍ୱତୀ ଭୋଇ ଗାଁ ପୋଖରୀ ଗାଧୋଇବାକୁ ଯାଉଥିବା ବେଳେ ଏକୁଟିଆ ଦେଖି ଟାଙ୍ଗିଆରେ ଆକ୍ରମଣ କରିଥିଲା। ଟାଙ୍ଗିଆ ମାଡରେ ଘଟଣା ସ୍ଥଳରେ ହିଁ ସରସ୍ୱତୀଙ୍କ ମୃତ୍ୟୁ ହୋଇଛି। ଏ ନେଇ ଖବର ପାଇବାପରେ ରେଢାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି।

Related posts

ଘାଟିରେ ପିକଅପ୍ ଭ୍ୟାନ୍ ଓଲଟି ୨୦ ଜଣ ଆହତ

Odisha Halchal

ଗୋଟେ ଫେଜକୁ ସମ୍ଭାଳି ପାରୁନି ପାୱାର

Odisha Halchal

ଡ୍ରୋନ ସାହାଯ୍ୟରେ ବାଣ୍ଟିଲେ ଭତ୍ତା

Odisha Halchal

Leave a Comment